ଚାରିଛକ ବଜାର ମୁଖ୍ୟ ରାସ୍ତା ମରଣଯନ୍ତା

ଚାରିଛକ : ଚାରିଛକ ବଜାର ମୁଖ୍ୟ ରାସ୍ତାଟି ଏବେ ମରଣଯନ୍ତା ପାଲଟିଛି। ଦୀର୍ଘଦିନ ହେବ ଏହି ରାସ୍ତାର ମରାମତି ହୋଇନଥିବାରୁ ରାସ୍ତାସାରା ଖାଲଖମା ଭର୍ତ୍ତି ହୋଇ ରହିଛି। ଅସରାଏ ବର୍ଷା ହେଲେ ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମି ରହୁଛି। ଫଳରେ ଲୋକମାନେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତା ଦେଇ ପ୍ରତିଦିନ ବହୁ ପର୍ଯ୍ୟଟକ କାକଟପୁର, ଅସ୍ତରଙ୍ଗ, କୋଣାର୍କ ଓ ପୁରୀକୁ ଯାତାୟାତ କରିଥାନ୍ତି। ମାତ୍ର ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବାରୁ ଗମନାଗମନ କରିବା କଷ୍ଟକର ହୋଇପଡ଼ିଥିବା ବେଳେ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ନେଇ ପର୍ଯ୍ୟଟକ ଓ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସେହିପରି ଆଗକୁ ପୂଜା ଋତୁ ଆସୁଥିବାରୁ ତୁରନ୍ତ ରାସ୍ତାର ମରାମତି କରିବା ପାଇଁ ଚାରିଛକ ବ୍ୟବସାୟୀ ସଂଘର ସଭାପତି ସନ୍ତୋଷ ପ୍ରଧାନଙ୍କ ସମେତ ଅନେକ ବ୍ୟବସାୟୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର