ଝାରସୁଗୁଡ଼ା: ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ଯିବା ରାସ୍ତାଟି ଅତି ଶୋଚନୀୟ ହୋଇପଡିଛି। ରାସ୍ତାଟି ଚାରିଥାକିଆ ରାସ୍ତାରେ ପରିଣତ ହେଉଥିବାରୁ ନିର୍ମାଣ କାମ ଚାଲିଛି। ଫଳରେ ଧୂଳି ଓ ଟ୍ରାଫିକ ଜାମ ଏବେ ସମସ୍ୟା ସୃଷ୍ଟି କରୁଛି। ଏହି ରାସ୍ତାଟି ବାଇପାସ ରାସ୍ତା ହୋଇଥିବାରୁ ହଜାର ହଜାର ଟ୍ରକ ଯାତାୟତ କରିଥାଏ।
ଆଜି ସକାଳେ ଦୀର୍ଘସମୟ ଟ୍ରାଫିକ ଜାମ ହୋଇଥିବା ବେଳେ ଏକ ଆମ୍ବୁଲାନ୍ସ ରୋଗୀ ନେଇ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବାରେ ଗୁରୁତର ଅସୁବିଧାର ସମ୍ମୁଖୀନ ହୋଇଥିଲା। ସ୍ଥାନଟି ଏସପି ଅଫିସ ଆଗରେ ହୋଇଥିବା ବେଳେ ପୁଲିସ ସେଠାରେ ଉପସ୍ଥିତ ଥାଇ ମଧ୍ୟ ନିରବଦ୍ରଷ୍ଟା ଥିବା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Ambulance-Stucked-in-Traffic-Jam_Thumbnail.jpg)