ମାଲକାନଗିରି, କୋରାପୁଟ ପାଇଁ ୨୯ ରାସ୍ତା ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ମାଲକାନଗିରି, କୋରାପୁଟ ଜିଲ୍ଲାରେ ରାଜ୍ୟ ସରକାର ୨୯ଟି ସଡ଼କ ପ୍ରକଳ୍ପ ଅନୁମୋଦନ କରିଛନ୍ତି। ଏଥିପାଇଁ ଖର୍ଚ ହେବ ୩୫୦.୫୨ କୋଟି ଟଙ୍କା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୬୦:୪୦ ଆନୁପାତିକ ଅର୍ଥରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ କରାଯିବ।

ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଗଠିତ ଓଡ଼ିଶା ରାଜ୍ୟ ଗ୍ରାମ୍ୟ ସଂଯୋଗ ପ୍ରକଳ୍ପ ସଂସ୍ଥା(ଓଏସ୍‌ଆରସିପିଏ)ର ପ୍ରଥମ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ମଞ୍ଜୁରିପ୍ରାପ୍ତ ପ୍ରକଳ୍ପଗୁଡ଼ିକର ଟେଣ୍ଡର ପ୍ରକ୍ରିୟା, କାର୍ଯ୍ୟାଦେଶ ପ୍ରଦାନ ଏବଂ କାର୍ଯ୍ୟାନ୍ଵୟନ ତ୍ୱରାନ୍ଵିତ ପାଇଁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ବିଶେଷ କରି ପ୍ରକଳ୍ପ କାର୍ଯ୍ୟରେ ସର୍ବଶେଷ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ କରିବାକୁ ସେ ପରାମର୍ଶ ଦେଇଥିଲେ। ଏହି ରାସ୍ତାଗୁଡ଼ିକର ଗୁଣାତ୍ମକ ମାନ ପରୀକ୍ଷା ପାଇଁ ତ୍ରିସ୍ତରୀୟ ବ୍ୟବସ୍ଥା କରାଯିବ ବୋଲି ସ୍ଥିର ହୋଇଥିଲା। ସୂଚନାଯୋଗ୍ୟ, ନୂତନ ଭାବେ ଗଠିତ ଓଏସ୍‌ଆରସିପିଏର ମୁଖ୍ୟ ସଚିବ ଅଧ୍ୟକ୍ଷ ଥିବା ବେଳେ ଉନ୍ନୟନ କମିସନର, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ, କେବିକେ ମୁଖ୍ୟ ପ୍ରଶାସକ, ଅର୍ଥ ବିଭାଗ ପ୍ରମୁଖ ସଚିବ, ପୂର୍ତ୍ତ ବିଭାଗ ସଚିବ, ମୁଖ୍ୟ ଯନ୍ତ୍ରୀ(ଡିପିଆଇ ଆଣ୍ଡ ରୋଡ୍‌ସ), ପୂର୍ତ୍ତ ବିଭାଗ ଅତିରିକ୍ତ ସଚିବ ସଦସ୍ୟ ଅଛନ୍ତି।

ସମ୍ବନ୍ଧିତ ଖବର