ସମ୍ୱଲପୁରରେ ରୋଡ ରୋମିଓଙ୍କ ଦୌରାତ୍ମ୍ୟ, ଡ୍ୟୁଟିରୁ ଫେରୁଥିବାବେଳେ ଯୁବତୀଙ୍କୁ ଗୋଡ଼ାଇଲେ

ସମ୍ବଲପୁର: ରୋଡ ରୋମିଓଙ୍କ ଦୌରାତ୍ମ୍ୟ । ରାତିରେ ଘରକୁ ଫେରୁଥିବା ଜଣେ ଯୁବତୀଙ୍କୁ କମେଂଟ ମାରିବା ସହ ଗୋଡାଇଥିଲେ ଦୁର୍ବୃତ । ଭୟରେ ଦୌଡି ପଡିବା ପରେ ତଳେ ପଡି ଗୁରୁତର ହୋଇଛନ୍ତି ଯୁବତୀ । ସମ୍ବଲପୁର ସହରର ବ୍ୟସ୍ତ ବହୁଳ ଛକରେ ଘଟିଛି ଏହି ଅଭାବନୀୟ ଘଟଣା ।ସୂଚନା ଅନୁସାରେ ଗତକାଲି ରାତିରେ ଜଣେ କର୍ମଜୀବୀ ଯୁବତୀ ଘରକୁ ଫେରୁଥିଲେ । ମଲରେ ସେଲସ ଗର୍ଲ ଭାବେ କାମ କରୁଥିବାରୁ ଯୁବତୀ ଫେରିବା ଡେରି ହୋଇଥିଲା ଟାଉନ ଥାନା ଅଂଚଳର ଗୋଲବଜାର ଛକ ନିକଟରେ ବାଇକରେ ଯାଉଥିବା କିଛି ରୋଡ ରୋମିଓ ଯୁବତୀଙ୍କୁ କମେଂଟ କରିଥିଲେ । ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଯୁବତୀଙ୍କୁ ପିଛା କରିଥିଲେ ।

ରୋଡ ରୋମିଓଙ୍କ ଉତ୍ପାତ ଦେଖି ଡରି ଯାଇଥିଲେ ଯୁବତୀ । କୌଣସି ମତେ ସେଠାରୁ ଖସିଯିବାକୁ ଯୁବତୀ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ । ଦୌଡି ପଳାଇବା ସମୟରେ ଗୋଡରେ ଗୋଡ ଛନ୍ଦି ହୋଇ ତଳେ ପଡିଯାଇ ଅଚେତ ହୋଇଯାଇଥିଲେ । ଏହି ସମୟରେ ପଛରେ ଅଫିସରୁ ଫେରୁଥିବା ସହକର୍ମୀମାନେ ତାଙ୍କୁ ତୁରନ୍ତ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ |

ସମ୍ବନ୍ଧିତ ଖବର