କଟକ : ପରିବହନ ବିଭାଗର ରୋଡ ସେଫ୍ଟି ସୋସାଇଟି ପକ୍ଷରୁ ଅନଲାଇନ କୁଇଜ୍‌ ପ୍ରତିଯୋଗିତା ଆସନ୍ତା ମେ ୧ ତାରିଖ ଯାଏ ବଢ଼ାଇ ଦିଆଯାଇଛି। ମେ ୩ ତାରିଖଯାଏ ଲକ୍‌ଡାଉନ୍‌ ଜାରି ରହିଥିବାରୁ ସୋସାଇଟି ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ଏଭଳି ପ୍ରତିଯୋଗିତା ସମୟ ବୃଦ୍ଧି କରାଯାଇଥିବା ସୂଚନା ମିଳିଛି।

Advertisment

ସୂଚନା ଅନୁଯାୟୀ, ରୋଡ ସେଫ୍ଟି ସୋସାଇଟି ପକ୍ଷରୁ ପ୍ରତ୍ୟେକ ଦିନ hyperli nk "http://www.Odisharoadsafety.org"www.Odisharoadsafety.org ରେ ସଡ଼କ ସୁରକ୍ଷା ଏବଂ ଲର୍ଣ୍ଣର ଲାଇସେନ୍ସ ମକ୍ ଟେଷ୍ଟର ଅଭ୍ୟାସ ପରୀକ୍ଷା ଗଲା ୪ ତାରିଖରେ ଆରମ୍ଭ ହୋଇଥିଲା। ଏହି ପ୍ରତିଯୋଗିତାରେ ସାମିଲ ବ୍ୟକ୍ତି ପରିବହନ କମିସନରଙ୍କ ଟୁଇଟର ପେଜକୁ ଫଲୋ ଏବଂ ଫେସବୁକ ପେଜକୁ ଲାଇକ୍ କରୁଥିବା ଆବଶ୍ୟକ। ପ୍ରତ୍ୟେକ ଦିନ ଏହି ‌େୱବସାଇଟରେ ୨୦ଟି ପ୍ରଶ୍ନ ପଚରାଯାଉଥିଲା। ପ୍ରତ୍ୟେକ ଦିନ ସଠିକ ଉତ୍ତର ଦେଇଥିବା ୫ ଜଣଙ୍କୁ ୧ ହଜାର ଟଙ୍କା ଲେଖାଏ ପୁରସ୍କାର ଏବଂ ଡିଜିଟାଲ୍ ସାର୍ଟିଫିକେଟ୍ ଦିଆଯାଉଥିଲା। ଅର୍ଥରାଶି ଗୁଗୁଲ ପେ କିମ୍ବା ଫୋନ୍ ପେ ମାଧ୍ୟମରେ ବିଜେତାଙ୍କ ନିକଟକୁ ପଠାଇ ଦିଆଯାଇଛି। ଏପ୍ରିଲ ୪ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରଥମ ପର୍ଯ୍ୟାୟ ପ୍ରତିଯୋଗିତାରେ ୧ ଲକ୍ଷ ୯ ହଜାର ଟଙ୍କାର ପୁରସ୍କାର ରାଶି ବଣ୍ଟାଯାଇଛି। ଏହାପରେ ମେ ୧ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ୟାୟ କୁଇଜ୍ ଆରମ୍ଭ ହୋଇଯାଇଛି। ପ୍ରତ୍ୟେକ ଦିନ ୫ ଜଣ ବିଜେତାଙ୍କୁ ୧ ହଜାର ଟଙ୍କା ଲେଖାଏ ପୂର୍ବ ଭଳି ପୁରସ୍କାର ରାଶି ପ୍ରଦାନ କରାଯିବ। ଶ୍ରେଷ୍ଠ ୧୦୦ ସଫଳ ପ୍ରତିଯୋଗୀଙ୍କୁ ନେଇ ଆଉ ଏକ ପ୍ରତିଯୋଗିତା କରାଯିବ। ପ୍ରଥମ ପୁରସ୍କାର ୨୦ ହଜାର, ଦ୍ବିତୀୟ ପୁରସ୍କାର ୧୦ ହଜାର ଏବଂ ତୃତୀୟ ପୁରସ୍କାର ୫ ହଜାର ଟଙ୍କା ଲେଖାଏ ପୁରସ୍କାର ରାଶି ପ୍ରଦାନ କରାଯିବା ନେଇ ସୂଚନା ମିଳିଛି। ପରିବହନ କମିସନର ସଂଜୀବ ପଣ୍ଡା କହିଛନ୍ତି ଯେ ଏଭଳି ସଡ଼କ ସୁରକ୍ଷା ସମ୍ପର୍କିତ କୁଇଜ ପ୍ରତିଯୋଗୀତାରେ ଭାଗ ନେଇ ପ୍ରତିଯୋଗୀମାନେ ଜ୍ଞାନର ପରିସୀମା ବୃଦ୍ଧି ପାଇପାରିବ।