ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଆସନ୍ତା ଫେବ୍ରୁଆରି ୪ରୁ ୧୦ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ୩୦ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ ହେବ। ଏଥିପାଇଁ ମଙ୍ଗଳବାର ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ସପ୍ତାହବ୍ୟାପି ପାଳନ ହେବାକୁ ଥିବା ଏହି ଉତ୍ସବରେ ସଡ଼କ ସୁରକ୍ଷା କ୍ଷେତ୍ରରେ କାମ କରୁଥିବା ଅନୁଷ୍ଠାନ, ବିଦ୍ୟାଳୟର ଛାତ୍ରଛାତ୍ରୀ, ପୁଲିସ, ପରିବହନ ବିଭାଗ ପକ୍ଷରୁ ଲୋକଙ୍କୁ ନିରାପଦ ଗାଡ଼ିଚାଳନା ଓ ସଡ଼କ ସୁରକ୍ଷା ନେଇ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର