ପୁଞ୍ଜି ନିବେଶ ପାଇଁ ଜାପାନ ଓ ଥାଇଲାଣ୍ଡରେ ହେବ ଓଡ଼ିଶା ରୋଡ଼ ସୋ’

ଭୁବନେଶ୍ୱର: ବିଦେଶୀ ପୁଞ୍ଜି ନିବେଶ କରାଇବା ପାଇଁ ଓଡ଼ିଶା ସରକାର ଅଭିନବ ଉପାୟ ବାହାର କରିଛନ୍ତି। ରାଜ୍ୟ ସରକାର ଜାପାନ ଓ ଥାଇଲାଣ୍ଡର ବ୍ୟବସାୟୀଙ୍କୁ ଆକର୍ଷିତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଏ ନେଇ ଜାପାନ ଓ ଥାଇଲାଣ୍ଡରେ ଓଡ଼ିଶା ରୋଡ଼ ସୋ’ର ଆୟୋଜନ ହେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ ଜାପାନର ଓସାକା ଓ ଟୋକିଓରେ ଓଡ଼ିଶା ରୋଡ଼ ସୋ’ର ଆୟୋଜନ ହେବାକୁ ଥିବା ବେଳେ ଥାଇଲାଣ୍ଡର ରାଜଧାନୀ ବ୍ୟାଙ୍କକରେ ମଧ୍ୟ ରୋଡ଼ ସୋ’ ହେବ। ସେଠାରେ ରୋଡ଼ ସୋ’ ମାଧ୍ୟମରେ ପୁଞ୍ଜିନିବେଶ କରାଇବା ପାଇଁ ବ୍ୟବସାୟୀଙ୍କୁ ଆକର୍ଷିତ କରାଯିବ। ଏଥି ପାଇଁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଆଗାମୀ ଅକ୍ଟୋବରରେ ଜାପାନ ଯିବାର କାର୍ଯ୍ୟକ୍ରମ ରହିଛି। ତାଙ୍କ ସାଥୀରେ ୮ଜଣିଆ ଟିମ ଯିବେ।

ସମ୍ବନ୍ଧିତ ଖବର