ଶ୍ରମିକମାନଙ୍କ ପରିବହନ ବସର ରୋଡ୍‌ ଟିକସ ଛାଡ଼

ଭୁୁବନେଶ୍ବର : ରାଜ୍ୟ ଭିତରେ ଶ୍ରମିକମାନଙ୍କୁ ସେମାନଙ୍କ ରହଣି ସ୍ଥଳୀରୁ କାର୍ଯ୍ୟସ୍ଥଳୀ ପର୍ଯ୍ୟନ୍ତ ପରିବହନ ପାଇଁ ବ୍ୟବହାର ହେଉଥିବା ବସ୍‌ ପାଇଁ ମାସିକିଆ ରୋଡ୍‌ ଟିକସ୍‌ ଛାଡ଼ କରାଯାଇଛି। ଏ ନେଇ ଆଜି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି। ତାଲାବନ୍ଦ ସମୟରେ ରାଜ୍ୟ ଭିତରେ ଫସି ରହିଥିବା ଶ୍ରମିକମାନେ ଚାହିଁଲେ କାର୍ଯ୍ୟ କରିପାରିବେ ବୋଲି ଗତ ୨୫ ତାରିଖରେ ରାଜସ୍ବ ବିଭାଗ କଟକଣା କୋହଳ ସଂକ୍ରାନ୍ତ ମାର୍ଗ ଦର୍ଶିକା ଜାରି କରିଥିଲା । ଶ୍ରମିକମାନଙ୍କ ପରିବହନ ବାବଦରେ ନିୟୋଜିତ ହେବାକୁ ଥିବା ବସ୍‌ଗୁଡ଼ିକ ଉପରେ କୌଣସି ଟିକସ ଧାର୍ଯ୍ୟ ନ କରିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର