ଯାତ୍ରୀବାହୀ ଗାଡ଼ିଗୁଡ଼ିକ ଲାଗି ୩ ମାସର ରୋଡ ଟ୍ୟାକ୍ସ ଛାଡ଼ କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଯାତ୍ରୀବାହୀ ଗାଡ଼ିଗୁଡ଼ିକର ମାଲିକମାନଙ୍କ ପାଇଁ ଆଶ୍ୱସ୍ତି ଖବର ଆଣି ଦେଇଛନ୍ତି । ରାଜ୍ୟ ପରିବହନ ବିଭାଗ ତିନି ମାସର ରୋଡ ଟ୍ୟାକ୍ସ ଛାଡ଼ କରିବା ପାଇଁ ଘୋଷଣା କରିଛି । ଏହି ଆଧାରରେ ଏପ୍ରିଲ, ମେ’ ଓ ଜୁନ ମାସର ରୋଡ ଟ୍ୟାକ୍ସ ଛାଡ଼ ହେବ ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଗତ ମାର୍ଚ୍ଚ ୨୫ ତାରିଖ ଠାରୁ ଲକଡାଉନ ହେବା ପରେ ଗାଡ଼ିମାଲିକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ସେଥିପାଇଁ ସେମାନେ ରାଜ୍ୟ ସରକାରଙ୍କ ଠାରେ ତିନି ମାସର ରୋଡ ଟ୍ୟାକ୍ସ ଛାଡ଼ କରିବା ପାଇଁ ଦାବି କରିଥିଲେ । ଗତ ୨୬ ତାରିଖରେ ଘରୋଇ ବସ ମାଲିକ ସଂଘ ସହ ଆଲୋଚନା ପରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ, ରୋଡ ଟ୍ୟାକ୍ସ ଛାଡ଼ ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯିବ ।

ସମ୍ବନ୍ଧିତ ଖବର