ଗୋପାଳପୁର-ରାୟପୁର ଜାତୀୟ ରାଜପଥ ୩ ଦିନ ହେଲା ବିଚ୍ଛିନ୍ନ, ଉଭୟ ପାର୍ଶ୍ବରେ  ଅଟକିଛି ଶତାଧିକ ଟ୍ରକ୍

ତୁମୁଡିବନ୍ଧ : ଶୁକ୍ରବାର ରାତିରେ ଲଗାଣ ବର୍ଷାରୁ କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ନିକଟସ୍ଥ ମୁଣ୍ଡିଗଡ଼ ଓ ମଣ୍ଡଳପଦର ନିକଟରେ ଥିବା ଦୁଇଟି ଡାଇଭର୍ସନ ଧୋଇ ହୋଇଯାଇଥିବା ବେଳେ ଗୋପାଳପୁର-ରାୟପୁର ୫୯ ଜାତୀୟ ରାଜପଥରେ ଯୋଗାଯୋଗ ସଂପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଛି। ୩ ଦିନ ହେଲାଣି ଏହି ରାସ୍ତାରେ ଯୋଗାଯୋଗ ଠପ୍‌ ହୋଇଥିବା ସହ ଉଭୟ ପାର୍ଶ୍ବରେ ଶତାଧିକ ଟ୍ରକ୍ ଅଟକି ରହିଛି। ମରାମତି ପାଇଁ ଆହୁରି ୧୨ଘଣ୍ଟାରୁ ଅଧିକ ସମୟ ଲାଗିବ ବୋଲି ଜଣାପଡିଛି। ଅନ୍ୟପକ୍ଷରେ, ଏହି ରାସ୍ତା ଦେଇ ଯାଉଥିବା କିଛି ବସ୍ ଦିଗ ପରିବର୍ତ୍ତନ କରି ବଲାଙ୍ଗୀର ଦେଇ ଯାଇଥିବା ଜଣାପଡିଛି। ତେବେ, ରାୟଗଡା ଜିଲ୍ଲାରେ ଥିବା ଇମ୍ଫା, ଜେକେ ପେପର ମିଲ, ଉତ୍କଳ ଆଲୁମିନା, ବେଦାନ୍ତ ଓ ପଡୋଶୀ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଶତାଧିକ ଟ୍ରକ ଓ କଣ୍ଟେନର ଅଟକି ରହିଛି।

ସେହିପରି, ମ. ରାମପୁର-କଟକ, ଭବାନୀପାଟଣା-ଭୁବନେଶ୍ୱର, ବଲାଙ୍ଗୀର-ବାଲିଗୁଡା, ଧର୍ମଗଡ଼-ଭୁବନେଶ୍ୱର, ରାମପୁର-ଫୁଲବାଣୀ, କଟକ-ନବରଙ୍ଗପୁର, ନୂଆପଡା, ନବରଙ୍ଗପୁର ଓ ପଡୋଶୀ ରାଜ୍ୟ ଛତିଶଗଡ ରାୟପୁରକୁ ଗାଡି ଚଳାଚଳ ବନ୍ଦ ହୋଇଯାଇଥିବାରୁ ଯାତ୍ରୀଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।

ସମ୍ବନ୍ଧିତ ଖବର