ବଳଙ୍ଗା: ବୁଧବାର ରାତିରେ ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅଧୀନ ଶମ୍ଭୁଭାରତୀପାଟଣା ଗ୍ରାମରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ଘରୁ ବହୁ ପରିମାଣର ରୁପା, ସୁନା ଓ ନଗଦ ଟଙ୍କା ଚୋରି ହୋଇଯାଇଛି।

Advertisment

ମୁଖା ପରିହିତ ୫ଜଣ ଡାକୁ ଘରେ ପଶି ପୂର୍ଣ୍ଣଚନ୍ଦ୍ର ସେନାପତି ଏବଂ ତାଙ୍କ ପତ୍ନୀଙ୍କୁ ଗାମୁଛା ଦ୍ୱାରା ଖଟରେ ବାନ୍ଧି ପକାଇଥିଲେ। ତା’ପରେ ସେମାନେ ସେନାପତିଙ୍କ ଘରେ ଥିବା ୪୦୦ ଗ୍ରାମ୍‌ ସୁନା, ୭/୮ କିଲୋ ରୁପା ଏବଂ ଜମି ରେଜିଷ୍ଟ୍ରି ପାଇଁ ରଖିଥିବା ନଗଦ ୪ ଲକ୍ଷ ୨ ହଜାର ଟଙ୍କା ନେଇ ପଳାଇଥିଲେ।

ଆଜି ସକାଳେ ଏ ବିଷୟରେ ସେନାପତି ବଳଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ଚୋରି ହୋଇଥିବା ଅଳଙ୍କାର ମଧ୍ୟରେ ରହିଛି ନାଗାନାଚରେ ବ୍ୟବହୃତ ହେଉଥିବା ରୁପା ଅଳଙ୍କାର। ସେନାପତିଙ୍କର ଅଳଙ୍କାର ଦୋକାନ ଅଛି ଏବଂ ସେ ଦୋକାନରୁ ଘରକୁ ଅଳଙ୍କାର ନେଇ ଆସିଥିଲେ।

ସେମାନଙ୍କ ଘର ବଳଙ୍ଗା ଥାନା ଠାରୁ ମାତ୍ର ୩୦୦ ମିଟର ଦୂର।