ପୁରୀ : ଚଳନ୍ତା ଟ୍ରେନ୍ରୁ ସୁନା ଚେନ୍ ଲୁଟ୍ ପରେ ଧରାପଡ଼ିଛି ଲୁଟେରା। ଗତ ମାସ ୨୪ ତାରିଖରେ କଟକ ବକ୍ସିବଜାର ବାଲି ଭଗତ ରୋଡ୍ସ୍ଥିତ ବେପାରୀସାହିର ବାବୁଲି ପ୍ରସାଦ ଭଗତଙ୍କ ପୁତ୍ର ଶୈଳେଶ ଭଗତ ଟ୍ରେନ୍ ଯୋଗେ କଟକରୁ ପୁରୀ ଆସୁଥିବା ବେଳେ ଅଠରନଳା ଖଣ୍ଡିଆବନ୍ଧସାହିର ରାକେଶ ମଲ୍ଲିକ ତାଙ୍କ ବେକରୁ ୧୮ ଗ୍ରାମର ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଥିଲା। ଏନେଇ ଶୈଳେଶ ପୁରୀ ଜିଆର୍ପି ଥାନାରେ ଅଭିଯୋଗ କରିଥିଲେ। ଗତକାଲି ପୁଲିସ ରାକେଶକୁ ଗିରଫ କରି ପଚରାଉଚରା କରିଥିଲା। ପଚରାଉଚରା ବେଳେ ସେ ରାମଚଣ୍ଡୀ ବାଲିଉପରସାହିର ଗୋଧି କାଳିଆ ସହ ମିଶି ଏହି ଅପରାଧ କରିଥିବା ମାନିଯାଇଥିଲା। ରାକେଶଠାରୁ ମୋବାଇଲ୍ ଫୋନ୍ ସହ ଏକ ବୁଲେଟ୍ ଜବତ କରାଯାଇଛି। ଅଭିଯୁକ୍ତକୁ ଗିରଫ କରି ପୁଲିସ କୋର୍ଟଚାଲାଣ କରିଛି।
ଧରାପଡ଼ିଲା ଟ୍ରେନ୍ରୁ ସୁନା ଚେନ୍ ଲୁଟିଥିବା ଲୁଟେରା
/sambad/media/post_attachments/wp-content/uploads/2022/03/arrest.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)