ବିଜେପି ନେତାଙ୍କ ଘରୁ ସଶସ୍ତ୍ର ଡକାୟତି: ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା ଓ ୩୦ ଭରି ଗହଣା ଲୁଟିନେଲେ

ଭୁବନେଶ୍ବର: ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଭୋଟ୍ଟପଡ଼ାରେ ଜଣେ ବିଜେପି ନେତାଙ୍କ ଘରୁ ସଶସ୍ତ୍ର ଡକାୟତି ଖବର ଚାଞ୍ଚଲ୍ୟ ଖେଳାଇଦେଇଛି। ଅଭିଯୋଗ ଅନୁଯାୟୀ, ରାତି ସାଢ଼େ ୨ଟା ବେଳେ ଦୀନବନ୍ଧୁ ଦାସଙ୍କ ଘରେ ୫ରୁ ଅଧିକ ଦୁର୍ବୃତ୍ତ ଘରେ ପଶିଥିଲେ। ସେମାନେ ହାତରେ ରିଭଲଭର୍ ଓ ଲୁହା ଛଡ଼ ଧରିଥିଲେ। ସେମାନେ ରିଭଲଭର୍ ଦେଖାଇ ଦୀନବନ୍ଧୁ ଓ ତାଙ୍କ ଝିଅଙ୍କୁ ବାନ୍ଧି ଦେଇଥିଲେ। ଏହାକୁ ଦୀନବନ୍ଧୁଙ୍କ ପତ୍ନୀ ବିରୋଧ କରିବାରୁ ତାଙ୍କୁ ମୁଣ୍ଡକୁ ଜଣେ ଦୁର୍ବୃତ୍ତ ଲୁହାଛଡ଼ରେ ଆଘାତ କରିଥିଲେ। ତାପରେ ସେମାନେ ଘରେ ଥିବା ନଗଦ ୩ ଲକ୍ଷ ୨୦ ହଜାର ଟଙ୍କା ଓ ୩୦ ଭରି ଗହଣା ଲୁଟି ନେଇଥିଲେ।

ଦୀନବନ୍ଧୁଙ୍କ ପତ୍ନୀଙ୍କ କହିବା ଅନୁଯାୟୀ, ଦୁର୍ବୃତ୍ତମାନଙ୍କ କଥାରୁ ଜଣାପଡ଼ୁଥିଲା ସେମାନେ ଶାସକ ବିଜେଡିର କର୍ମୀ। ଏନେଇ ମଞ୍ଚେଶ୍ୱର ଥାନାରେ ଏତଲା ଦିଆଯିବା ପରେ ଘଟଣାସ୍ଥଳରେ ଥାନା ଅଧିକାରୀ ସୁଧୀର ସାହୁ ଓ ଏସିପି ସଞ୍ଜୀବ ଶତପଥୀ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର