ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଅପରାଧୀ କମିସନରେଟ୍ ପୁଲିସକୁ ଚ୍ୟାାଲେଞ୍ଜ୍ ଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଡକାୟତି ହୋଇଛି। ବିଳମ୍ବିତ ରାତିରେ ନୟାପଲ୍ଲୀ ଭିଆଇପି ଏରିଆ ସ୍ଥିତ ତାଙ୍କ ଘରେ ପଶି ଡକାୟତ ନଗଦ ଟଙ୍କା ଏବଂ ଅଳଙ୍କାର ଲୁଟି ନେଇଛନ୍ତି।
ଲୁଟ୍ ପରେ ଡକାୟତ ଘର ଝରକା ଦେଇ ଚମ୍ପଟ୍ ମାରିଛନ୍ତି। ଲୁଟ୍ର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଘରେ ଡକାୟତମାନେ ଘଣ୍ଟାଏ ପର୍ଯ୍ୟନ୍ତ ବେଧଡ଼କ ଲୁଟ୍ କରିଥିବାର ସିସିଟିଭି କ୍ୟାମେରାରେ ଦେଖିବାକୁ ମିଳୁଛି।
ଅଧିକ ପଢ଼ନ୍ତୁ: ଗାନ୍ଧୀ ମାର୍ଗରେ ଜାତୀୟ ପତାକା ଉତ୍ତୋଳନ କଲେ ରାଜ୍ୟପାଳ
ସେମାନେ ରାତି ୨ଟା ୩୦ରେ ଘରେ ପଶିଥିବା ବେଳେ ରାତି ୩ଟା ୪୦ରେ ଝରକା ବାଟେ ପଳାଇଥିଲେ। ଭିଆଇପି ଏରିଆରେ ଏଭଳି ଲୁଟ୍ ନେଇ ପ୍ରଶ୍ନ ଉଠିଛି। ପୁଲିସର କଡ଼ା ଚେକିଂ ମଧ୍ୟରେ ଏହା କିଭଳି ଘଟିଲା ସେନେଇ ମଧ୍ୟ ପ୍ରଶ୍ନ ଉଠିଛି।
ଅଧିକ ପଢ଼ନ୍ତୁ: ବିକଶିତ ଭାରତ, ବିକଶିତ ଓଡ଼ିଶା ନିର୍ମାଣ ପାଇଁ ସମସ୍ତେ ଶପଥ ନେବା: ମୁଖ୍ୟମନ୍ତ୍ରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)