ଡକାୟତି ଉଦ୍ୟମ ପଣ୍ଡ, ୪ ଗିରଫ

ସମ୍ବଲପୁର : ଶନିବାର ରାତିରେ ଡକାୟତି ଯୋଜନା ହେଉଥିଲା। ଏ ନେଇ ସୂଚନା ପାଇ ବୁର୍ଲା ପୁଲିସ ପଠାଣବନ୍ଧ ଅଞ୍ଚଳରେ ଚଢ଼ଉ କରିଥିଲା। ଡକାୟତି ଯୋଜନା ପଣ୍ଡ କରିବା ସହ ପୁଲିସ ଵାନ୍‌ ଆର୍‌ କଲୋନିର ସୋନି ମହାନନ୍ଦ, ସିଦ୍ଧାର୍ଥ କଲେତ, ବିକାଶ ଗୁରୁ ଓ ଉରକୁଲକୁ ଗିରଫ କରିଛି। ଏହି ୪ ଜଣ ଶନିବାର ବିଳମ୍ବିତ ରାତିରେ ଭିମ୍‌ସାର୍‌କୁ ଆସୁଥିବା ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ ଠାରୁ ଲୁଟ କରିବା ପାଇଁ ଯୋଜନା କରି ଅନ୍ଧାରର ଲୁଚି ରହିଥିଲେ। ପୁଲିସ ଏ ନେଇ ସୂଚନା ପାଇ ଚଢ଼ଉକରିଥିଲା। ୪ ଜଣଙ୍କୁ ଗିରଫ କରିବା ସହ ପୁଲିସ ସେମାନଙ୍କ ପାଖରୁ ଲୁହା ରଡ୍‌, ଛୁରୀ, ଠେଙ୍ଗା, ଲଙ୍ଗାଗୁଣ୍ଡ ଓ ଗାମୁଛା ଜବତ କରିଛି।

ସମ୍ବନ୍ଧିତ ଖବର