ପୁଲିସ୍‌ ଅଧିକାରୀଙ୍କ ଘରୁ ଡକାୟତି; ମୁଖା ପିନ୍ଧି ମହିଳା ପଶିଲେ, ଛୁରୀ ଦେଖାଇ ଲୁଟିଲେ

ଉତ୍କେଲା/କେସିଙ୍ଗା : କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍‌ର ଜଣେ ପୁଲିସ୍ ଅଧିକାରୀଙ୍କ ଘରୁ ଦିନ ଦ୍ବିପ୍ରହରରେ ମାରଣାସ୍ତ୍ର ଦେଖାଇ ଡକାୟତି ହେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, କେସିଙ୍ଗା ଥାନା ବୋରିଆ ପଞ୍ଚାୟତ ଖଜୁରୀପଡ଼ା ଗ୍ରାମର ଅଶ୍ବିନୀ ପ୍ରଧାନ ମାଲକାନଗିରି ଥାନାରେ ପୁଲିସ୍ ଏସ୍‌ଆଇ ଭାବେ କାର୍ଯ୍ୟ କରୁଛନ୍ତି। ରବିବାର ଦିନ ଦ୍ବିପ୍ରହରରେ ଜଣେ ମହିଳା ଡକାୟତ ମୁହଁରେ ମୁଖା ପିନ୍ଧି ତାଙ୍କ ଘରକୁ ପ୍ରବେଶ କରିଥିଲା। ଫିଲ୍ମ ଷ୍ଟାଇଲରେ ଘରେ ଏକୁଟିଆ ଥିବା ତାଙ୍କ ସ୍ତ୍ରୀଙ୍କୁ ଛୁରୀ ଦେଖାଇ ସୁନାରୁପା ଓ ଟଙ୍କା ନେଇଯାଇଥିବା କେସିଙ୍ଗା ଥାନାରେ ଅଭିଯୋଗ ହୋଇଛି। ଜିଲ୍ଲାରେ ପୁଲିସ୍ ଅଧିକାରୀ ଯଦି ଅସୁରକ୍ଷିତ, ସାଧାରଣ ଜନତାଙ୍କ କଥା କିଏ ପଚାରେ ବୋଲି ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର