ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୁଲିସ ଜିଲ୍ଲାରେ ଦିନକୁ ଦିନ ଅପରାଧ ବଢ଼ି ଚାଲିଛି। କଥା କଥାକେ ଗୁଳି ଫୁଟୁଛି। ବିଭିନ୍ନ ଅପରାଧିକ ଘଟଣାରେ ସମ୍ପୃକ୍ତ ଦେଶୀ ଓ ବିଦେଶୀ ବନ୍ଧୁକ ରାଜ୍ୟ ବାହାରୁ ଆସୁଥିବା ଦର୍ଶାଇ ପୁଲିସ ହାତବାନ୍ଧି ବସୁଛି।
ବନ୍ଧୁକ ଦେଖାଇ ବେଧଡ଼କ ଅପରାଧ କରୁଛନ୍ତି ଅପରାଧୀ। ତେବେ କିଛି କ୍ଷେତ୍ରରେ ଅପରାଧୀମାନଙ୍କୁ ଧରିବାରେ ପୁଲିସ ସଫଳ ହୋଇଛି।
ଅଧିକ ପଢ଼ନ୍ତୁ: ଗାଁ ଦାଣ୍ଡରେ ବଣୁଆ ଦନ୍ତା: ଆତଙ୍କିତ ଗ୍ରାମବାସୀ
ଡକାୟତି ଉଦ୍ୟମ ବେଳେ ୫ ବନ୍ଧୁକ,ବିଭିନ୍ନ ଅସ୍ତ୍ରଶସ୍ତ୍ର ସହ ୬ଜଣଙ୍କୁ ରାଉରକେଲା ବନ୍ଧମୁଣ୍ଡା ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ମଧ୍ୟରେ ୩୪ରୁ ଉର୍ଦ୍ଧ ମାମଲା ଥିବା ଜଣେ ଭେଟରାନ କ୍ରିମିନାଲ୍ ତଥା ଡକାୟତି ଯୋଜନାର ମାଷ୍ଟର ମାଇଣ୍ଡ ବିଟୁ ତନ୍ତୀ ରହିଛନ୍ତି।
ସେମାନଙ୍କ ନିକଟରୁ ୪ଟି ଦେଶୀ ପିସ୍ତଲ, ଗୋଟିଏ ଦେଶୀ ରିଭଲଭର , ୪ଟି ମାଗାଜିନ୍, ୧୫ଟି ଗୁଳି, ଖଣ୍ଡା, ରଡ ,ମୋବାଇଲ୍ ଫୋନ୍ ଆଦି ଜବତ କରାଯାଇଛି ବୋଲି ରାଉରକେଲା ବନ୍ଧମୁଣ୍ଡା ପୁଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଅଧିକ ପଢ଼ନ୍ତୁ: ବହୁ ବିବାହ ପ୍ରଥାକୁ କୁସଂସ୍କାର ବିବେଚନା କରିବା ଉଚିତ ନୁହେଁ: ତେଜ୍ଙ୍କ ସମର୍ଥନରେ ଆରଜେଡି ସାଂସଦ
sundargarh | Crime
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/02/tAB8DjrPdZ7ViDTEsLFw.jpeg)