ସୁନ୍ଦରଗଡ଼: ବଡ଼ଗାଁ ଥାନା ଅନ୍ତର୍ଗତ ମରଚିମୁଣ୍ଡା ପାଖରେ ସୋମବାର ରାତିରେ ଡକାୟତି ଯୋଜନା ଚାଲିଥିବା ବେଳେ ପୁଲିସ ସେଠାରେ ଚଢ଼ଉ କରି ଅପରାଧୀଙ୍କୁ ଧରିବା ସହ ଡକାୟତି ଯୋଜନାକୁ ପଣ୍ଡ କରିଥିଲା ।
ଡକାୟତି ଯୋଜନା କରୁଥିବା ୫ ଜଣଙ୍କ ମଧ୍ୟରୁ ୩ ଡକାୟତଙ୍କୁ ଗିରପ କରିଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ଖସି ପଳାଇଛନ୍ତି। ଗିରଫ ଡକାୟତମାନେ ହେଉଛନ୍ତି ଶଙ୍କରାପୋଷ ଗ୍ରାମର ପ୍ରଦୀପ ବୁଡ଼ା, କୁତ୍ରା ଥାନା ଜଉରାମୁଣ୍ଡା ଗ୍ରାମର ସୁଶୀଳ ଡୁଙ୍ଗଡୁଙ୍ଗ ଓ ତାଙ୍କ ଭାଇ ସଞ୍ଜୟଦୀପ ଡୁଙ୍ଗଡୁଙ୍ଗ ବୋଲି ଜଣାପଡ଼ିଛି।
ସେମାନଙ୍କ ପାଖରୁ ଓଆର ୧୬ ସି ୮୩୬୪ ନମ୍ବର ବୋଲେରୋ, ଗୋଟିଏ ଦେଶୀ ବନ୍ଧୁକ,୨ ରାଉଣ୍ଡ ଗୁଳି, ୭ ହଜାର ୫ ଶହ ଟଙ୍କା ଓ ଡକାୟତିରେ ବ୍ୟବହାର ହେଉଥିବା ଅନେକ ସରଞ୍ଜାମ ଜବତ କରାଯାଇଛି ।
ଡମ୍ବରୁଧର ନାଏକ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/10/15/robbery-plan-caught-bolero-gun-mobile-money-seized-2025-10-15-14-57-59.jpg)