କଟକ : ଏସ୍ସିବି ମୂତ୍ରରୋଗ ଓ ଶଲ୍ୟ ଚିକିତ୍ସା ବିଭାଗ (ୟୁରୋଲୋଜି)ରେ ରୋବଟ୍ କରିବ ଜଟିଳ ଅସ୍ତ୍ରୋପଚାର। ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଜୁଲାଇ ଶେଷ ସୁଦ୍ଧା ରୋବଟ୍ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇପାରିବ ବୋଲି ସୂଚନା ଦେଇଛନ୍ତି ଏସ୍ସିବି ୟୁରୋଲୋଜି ବିଭାଗ ପ୍ରଫେସର ଡାକ୍ତର ଦତ୍ତେଶ୍ବର ହୋତା। ଏଭଳି ବ୍ୟବସ୍ଥା କରାଗଲେ ଏସ୍ସିବି ସାରା ଭାରତର ପ୍ରଥମ ମେଡିକାଲ କଲେଜ ହେବ, ଯେଉଁଠି ରୋବଟ୍ ଦ୍ବାରା ଅସ୍ତ୍ରୋପଚାର କରାଯିବ।
Sambad is now on WhatsApp
Join and get latest news updates delivered to you via WhatsApp
ଏସ୍ସିବି ୟୁରୋଲୋଜି ବିଭାଗକୁ ରୋବଟ୍ ପାଇଁ ଗତ ଦୁଇ ବର୍ଷ ହେଲା ୧୨କାଟି ଟଙ୍କା ଆସିଛି। ସବୁ ଭିତ୍ତିଭୂମି ଥାଇ ସୁଦ୍ଧା ଆଜି ପର୍ଯ୍ୟନ୍ତ କିନ୍ତୁ ରୋବଟ୍ ଆସି ପାରିନଥିଲା। ଏନେଇ ଟେଣ୍ଡର ପ୍ରକ୍ରିୟା ହୋଇପାରୁ ନଥିବାରୁ ଏହି ବ୍ୟବସ୍ଥା ଅଟକି ରହିଥିଲା। ତେବେ ଗତ କିଛି ଦିନ ହେଲା ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଛି ଓ ଆଶା କରାଯାଉଛି ବର୍ଷର ମଝି ସମୟରେ ଅର୍ଥାତ୍ ଜୁଲାଇ ସୁଦ୍ଧା ରୋବଟ୍ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ଏହି ବ୍ୟବସ୍ଥା ଫଳରେ ଅନେକ ଜଟିଳ ଅସ୍ତ୍ରୋପଚାର ପାଇଁ ଆଉ ଚିନ୍ତା ରହିବନି। ସରକାରୀ ମେଡିକାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ଥିବାରୁ ଅନେକ ରୋଗୀ ଏଭଳି ବ୍ୟବସ୍ଥା ଦ୍ବାରା ଉପକୃତ ହୋଇପାରିବେ ବୋଲି ସୂଚନା ଦେଇଛନ୍ତି ପ୍ରଫେସର ଡାକ୍ତର ହୋତା।