ଓଟିଭି ଏମ୍‌ଡିଙ୍କ ବିରୋଧରେ କ‌ଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍

କଟକ : ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ରୁଜୁ ମାମଲାକୁ ନେଇ ଓଟିଭି ଏମ୍‌ଡି ଜାଗିମଙ୍ଗତ ପଣ୍ଡା ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଜଷ୍ଟିସ କେ.ଆର.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାଜ୍ୟ ସରକାର ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି। ଏଥିସହିତ ବାଘମାରୀ ଥାନାରେ ଅକ୍ଟୋବର ୨ରେ ରୁଜୁ ମାମଲାର ତଦନ୍ତ ଚାଲି ପାରିବ, କିନ୍ତୁ ଶ୍ରୀମତୀ ପଣ୍ଡାଙ୍କ ବିରୋଧରେ କୋର୍ଟଙ୍କ ବିନା ଅନୁମତିରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ନାହିଁ ବୋଲି ଖଣ୍ଡପୀଠ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଖୋର୍ଦ୍ଧା ଜିଲ୍ଲାରେ ଥିବା ଜମି ବିବାଦକୁ ନେଇ ବାଘମାରୀ ଥାନାରେ ଶ୍ରୀମତୀ ପଣ୍ଡା ଓ ଅନ୍ୟମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର

Comments are closed.