ମାଲକାନଗିରି: ସୀମାନ୍ତ ବସ୍ତର ଡିଭିଜନ ପକ୍ଷରୁ ଆଜି ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି। ଏହି ପ୍ରେସ ବିଜ୍ଞପ୍ତିରେ ସୁକମା ଜିଲ୍ଲାର ପୂର୍ବ ସୀମାରେ ଅବସ୍ଥାପିତ ନୂତନ ପୁଲିସ କ୍ୟାମ୍ପରୁ ଲଗାତାର କିଛି ଦିନ ହେଲା ଅତର୍କିତ ବୋମା ବର୍ଷଣ କରାଯାଉଛି ବୋଲି ମାଓ ସଂଗଠନ ଅଭିଯୋଗ କରିଛି। ଗତ ଦୁଇ ଦିନ ତଳେ ୨୫ରୁ ଉର୍ଦ୍ଧ୍ବ ରକେଟ ଲଞ୍ଚର
ଉତକ୍ଷେପଣ କରାଯାଇଛି।ବିଶେଷକରି ବଟ୍ଟୁମ,କାଉରଗୋଟା,ଜବାଗୋଟା ଗ୍ରାମ ସମେତ ଜଙ୍ଗଲ,ଜମି ଏବଂ ପାହାଡ ଉପରେ ବୋମା ବର୍ଷଣ କରାଯାଉଛି।
ଯାହାଫଳରେ ବହୁ ଗ୍ରାମବାସୀ ଆହତ ହେବା ସହ ଗୃହପାଳିତ ପଶୁଙ୍କର ମଧ୍ୟ ଆହତ ହୋଇଥିବା କୁହାଯାଇଛି। ସକାଳୁ ଲୋକେ ମହୁଲ ଫୁଲ ଗୋଟାଇବାକୁ ଜଙ୍ଗଲକୁ ଯାଉଥିବା ବେଳେ ହଠାତ୍ ତାଙ୍କ ଉପରେ ବୋମା ବର୍ଷଣ ହେଉଥିବାରୁ ସେମାନେ ପ୍ରାଣ ବିକଳରେ ଦୌଡି ଅନ୍ୟ ଗାଁକୁ ଚାଲିଯାଉଛନ୍ତି। ଗ୍ରାମବାସୀ ଭୟ ଓ ଆତଙ୍କରେ ରହିଥିବା କୁହାଯାଇଛି। ଏହି ଆକ୍ରମଣରେ ଜନଜୀବନ ଅସ୍ତବ୍ୟସ୍ତ ହେବା ସହ ପ୍ରକୃତି ମଧ୍ୟ ନଷ୍ଟ ହେଉଥିବା କୁହାଯାଇଛି।
ବୋମା ବିସ୍ଫୋରଣର ଶଦ୍ଦ ୮୦ କିଲୋମିଟର ପର୍ଯ୍ୟନ୍ତ ଶୁଭୁଥିବା ମାଓବାଦୀ ଅଭିଯୋଗ କରିଛନ୍ତି। ଜଳ,ଜମି ଓ ଜଙ୍ଗଲକୁ କରପୋର୍ଟେରମାନଙ୍କ ହାତକୁ ଟେକି ଦେବାକୁ ସରକାରଙ୍କର ଏହା ଏକ ଚାଲ ବୋଲି ମାଓ ସଂଗଠନ କହିଛି। ସମସ୍ତ ସରକାରୀ ,ବେସରକାରୀ ଏବଂ ବିଭିନ୍ନ ସଂଗଠନର ଲୋକେ ଏକତ୍ରିତ ହୋଇ ପୁଲିସର ଏହି ଆକ୍ରମଣକୁ ନିନ୍ଦା କରିବା ସହ ବିରୋଧ କରନ୍ତୁ ବୋଲି ସଂଗଠନ ଆହ୍ବାନ କରିଛି। ପୁଲିସ ବିରୋଧରେ ସ୍ବରତ୍ତୋଳନ କରନ୍ତୁ।ଏହି ବୋମା ବିସ୍ଫୋରଣକୁ ବନ୍ଦ କରାଯାଉ ବୋଲି ଦାବି ହେଉଛି।