ପିତା, ପତ୍ନୀଙ୍କ ସହିତ ରୋହିତ ପୂଜାରୀ କରୋନା ଆକ୍ରାନ୍ତ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଧାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ଇଂ.ରୋହିତ ପୂଜାରୀ, ତାଙ୍କ ପତ୍ନୀ ବୈଶାଳି ପୂଜାରୀ ଏବଂ ପିତା ରମେନ୍ଦ୍ର ନାଥ ପୂଜରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତେ ଗତକାଲି ଭୂବନେଶ୍ବରର ସମ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରମେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ରଖାଯାଇଛି। ତେବେ, ରୋହିତ ଓ ତାଙ୍କ ପତ୍ନୀ ଅବସ୍ଥା ଭଲ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର