ରୋହିତ ସରକାରୀ ଦଳର ଉପମୁଖ୍ୟ ସଚେତକ ନିଯୁକ୍ତ

ପଞ୍ଚମ ପାଳିର ପ୍ରଥମ ଵିକେଟ୍ ଭାବେ ପ୍ରଣବ ବିଦା, କାରଣକୁ ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଜାରି

ଭୁବନେଶ୍ବର : ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ଟିମ୍ ଗଠନ କରିଥିଲେ, ସେଥିରେ ପ୍ରଥମ ଵିକେଟର ପତନ ଘଟିଛି। ସମସ୍ତଙ୍କୁ ଚକିତ କରି ମୁଖ୍ୟମନ୍ତ୍ରୀ ଆଜି ସରକାରୀ ଦଳ ଉପମୁଖ୍ୟ ସଚେତକ ପଦରୁ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ହଟାଇ ଦେଇଛନ୍ତି। ତାଙ୍କ ସ୍ଥାନରେ ରେଢାଖୋଲ ବିଧାୟକ ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ନିଯୁକ୍ତି ମିଳିଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସଂକ୍ରାନ୍ତ ସୂଚନା ଦିଆଯାଇଥିଲା। ଗତ ସରକାର ସମୟରେ ମଧ୍ୟ େରାହିତ ଏହି ଦାୟିତ୍ବ ତୁଲାଉଥିଲେ।

ବିଜେଡି ପଞ୍ଚମ ଥର ପାଇଁ ରାଜ୍ୟରେ ସରକାର ଗଢ଼ିବା ପରେ ଗତ ଜୁନ୍ ୭ ତାରିଖରେ ଶ୍ରୀ ବଳବନ୍ତରାୟଙ୍କୁ ବିଧାନସଭାରେ ସରକାରୀ ଦଳର ଉପ-ମୁଖ୍ୟ ସଚେତକ ଦାୟିତ୍ବ ପ୍ରଦାନ କରିଥିଲେ ବିଜେଡି ମୁଖିଆ। ତେବେ ହଠାତ ଏଭଳି ପରିବର୍ତ୍ତନ ପଛର କାରଣ କଣ େହାଇପାରେ, ତାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି।

ବିେଜଡି ଶୀର୍ଷ ମହଲ ପଶ୍ଚିମ ଓଡ଼ିଶା ତୁଷ୍ଟୀକରଣ ରାଜନୀତି କଥା କହୁଛନ୍ତି। ବିଜେପୁର ନିର୍ବାଚନକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି। େଯଉଁଥିପାଇଁ ଯାଜପୁରକୁ ତ୍ୟାଗ କରିବାକୁ ପଡିଲା। ଉଭୟ ସରକାରୀ ଦଳର ମୁଖ୍ୟ ସଚେତକ ଓ ଉପମୁଖ୍ୟ ସଚେତକ ଏହି ଜିଲ୍ଲାରୁ ନବୀନ ନିଯୁକ୍ତି ଦେଇଥିଲେ। ତେବେ ଖୁବ୍ ଶୀଘ୍ର ପ୍ରଣବ ବଳବନ୍ତରାୟଙ୍କୁ ଅନ୍ୟତ୍ର ଥଇଥାନ କରାଯିବ େବାଲି ଏହି ମହଲରୁ ସୂଚନା ମିଳିଛି।

ତେବେ ଅନ୍ୟ େଗାଟିଏ େଗାଷ୍ଠୀ କିନ୍ତୁ ଭିନ୍ନ ଭିନ୍ନ ଚର୍ଚ୍ଚାକୁ େଖାରାକ େଯାଗାଉଛନ୍ତି। ଏହି ମହଲ ଘଙ୍ଗାପାଟଣା ଜମି ଦୁର୍ନୀତି କିମ୍ବା ସିବିଆଇ ଅଡୁଆ ସଂପର୍କରେ ଠାରିବା ଆରମ୍ଭ କଲେଣି। ଭୁବନେଶ୍ବର ଉପକଣ୍ଠରେ ଥିବା ବହୁ ଚର୍ଚ୍ଚିତ ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣାରେ ସେ ସମୟରେ ପୂର୍ବତନ ମନ୍ତ୍ରୀ କଳ୍ପତରୁ ଦାସଙ୍କ ପରିବାର ଓ ପ୍ରଣବ ବଳବନ୍ତରାୟ ଚର୍ଚ୍ଚାକୁ ଆସିଥିଲେ। ଏବେ ଏହି ମାମଲାରେ ଲୋକାୟୁକ୍ତ କ୍ରାଇମବ୍ରାଞ୍ଚକୁ େନାଟିସ ଦେଇଛନ୍ତି। ସେହିଭଳି ସିବିଆଇ ନିକଟରେ ଅର୍ଥତତ୍ତ୍ବ ମାମଲାରେ ଆଶୀର୍ବାଦ େବହେରାଙ୍କୁ ଗିରଫ କରିଛନ୍ତି। ପୂର୍ବରୁ ସିବିଆଇ ପ୍ରଣବଙ୍କୁ ମଧ୍ୟ େଜରା କରିଥିଲା।

ତେବେ ପଦବି ପାଇବା ପରେ େରାହିତ ପୂଜାରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଗଣମାଧ୍ୟମକୁ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ଉପରେ ପୁଣି ବିଶ୍ବାସ କରି ଏଭଳି ଗୁରୁ ଦାୟିତ୍ବ େଦଇଛନ୍ତି। ସେଥିପାଇଁ ସେ କୃତଜ୍ଞତା ଜଣାଉଛନ୍ତି। ଶ୍ରୀ ପୂଜାରୀ କହିଛନ୍ତି, ମୋତେ ଯେତେବେଳେ ଯେଉଁ ଦାୟିତ୍ବ ମୁଖ୍ୟମନ୍ତ୍ରୀ ଦେବେ ତାହାକୁ ନିଷ୍ଠାର ସହ ତୁଲାଇବା େହଉଛି େମାର କାମ। ତେବେ ବିଜେପୁର ଉପ-ନିର୍ବାଚନ ପାଇଁ ଏଭଳି ପଦବି ମିଳିଲା କି େବାଲି ପଚରାଯିବାରେ େରାହିତ କହିଛନ୍ତି, ଏହି ନିର୍ବାଚନମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କର। ତେଣୁ ସେଠାରେ ବିଜେଡି ଯଥେଷ୍ଟ ପରିମାଣରେ ବିଜୟ ହାସଲ କରିବ।

ସମ୍ବନ୍ଧିତ ଖବର