ଭୁବନେଶ୍ବର: ଓଡ଼ିଶାର ସଂସ୍କୃତିକୁ ଜୀବିତ ରଖିବାରେ ‘ସମ୍ବାଦ’ର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଆସିଛି। ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆୱାର୍ଡ ୨୦୨୫ରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଭଳି କହିଛନ୍ତି। ମୋ ରାଜନୈତିକ ଜୀବନରେ ଆଗକୁ ବଢ଼ିବାରେ ସମ୍ବାଦର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ରହିଛି। ମୋ ଜୀବନର କାହାଣୀ ସହିତ ସମ୍ବାଦର ସମ୍ପର୍କ ଅତି ଘନିଷ୍ଠ ରହିଛି।
ସେ କହିଛନ୍ତି, ଓଡ଼ିଶାରେ ଇଷ୍ଟର୍ଣ୍ଣ ମିଡିଆର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ଏହି କାର୍ଯ୍ୟକ୍ରମରେ ଅଭିନନ୍ଦନ ଜଣାଉଛି।

Advertisment

ସେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ସେ ଏକ ପ୍ରତିଷ୍ଠାନ। ଓଡ଼ିଶାର ଗଣମାଧ୍ୟମ ଦୁନିଆରେ ସେ ଏକ ମହାଦ୍ରୁମ। ଓଡ଼ିଶାରେ ଗଣମାଧ୍ୟମ ସମ୍ମାନସ୍ପଦ ସ୍ଥାନ ହାସଲ ପାଇଁ ସୌମ୍ୟଙ୍କ ଅବଦାନ ଗୁରୁତ୍ବପୂର୍ଣ୍ଣ। ଏକ ଅନୁକୂଳ ବାତାବରଣରେ ସଫଳତା ସହଜରେ ଏବଂ ଶୀଘ୍ର ମିଳିଥାଏ। ମାତ୍ର ପ୍ରତିକୂଳରେ ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇଥାଏ।

ସେ ଅମଡାବାଟରେ ୧୯୮୦ ପ୍ରଥମାର୍ଦ୍ଧରେ ସେ ଏକ ନୂତନ ଖବରକାଗଜ ବାହାର କରିବାକୁ ମନବଳାଇଲେ  ଅନେକ ତାଙ୍କୁ ଏହା ନ କରିବାକୁ ମନାକରିଥିଲେ।  ସେ ସେ‌ତେବେଳେ ସକାଳ ସଂସ୍କରଣ ବାହାର କରିବାକୁ ମନବଳାଇଥିଲେ। ସେତେବେଳେ ଅନ୍ୟ ଖବର କାଗଜ ସନ୍ଧ୍ୟା ସଂସ୍କରଣ ବାହାର କରୁଥିଲେ।ସୌମ୍ୟ ରଞ୍ଜନ ସମ୍ବାଦର ସକାଳ ସଂସ୍କରଣରେ ତାଜା ଖବର ପ୍ରକାଶ କରିଥିଲେ। ଫଳରେ ଅନ୍ୟ ଖବର କାଗଜର ମାଲିକମାନେ ସୌମଙ୍କୁ ଅନୁସରଣ କରିଥିଲେ। ଏଭଳି କରି ‌ସୌମ୍ୟ ରଞ୍ଜନ ଏକ ବିପ୍ଲବ ସୃଷ୍ଟି କରିଥିଲେ। ଏହା ସହିତ ସମ୍ବାଦର ରଙ୍ଗୀନ ପ୍ରିଣ୍ଟ୍ ମଧ୍ୟ ପ୍ରକାଶ ପାଇଥିଲା।

ସମ୍ବାଦର ଆମ ଘରର ହାଲଚାଲ୍ ରାଜ୍ୟର ପାଠକଙ୍କ ମଧ୍ୟରେ ବେଶ୍ ଚର୍ଚ୍ଚିତ ହୋଇପାରିଛି। ସଭିଏଁ ଆମଘର ହାଲଚାଲ୍‌ରେ କିଛି ନୂଆ ଖବର ପଢ଼ିବାକୁ ଉତ୍କଣ୍ଠାର ସହିତ ଅପେକ୍ଷା କରୁଥିଲେ। ସମ୍ବାଦ ଦ୍ବାରା ଆରମ୍ଭ ହୋଇଥିବା ରେଡିଓ ଚକ‌ୋଲେଟ୍ ଦ୍ବାରା ଯେକୌଣସି ସ୍ଥାନରେ ମଧ୍ୟ ଲୋକେ ଖବର ଜାଣି ପାରୁଛନ୍ତି। ସେହିପରି କନକ ଟିଭିରେ ମଧ୍ୟ ରାଜ୍ୟବାସୀ ଖବର ଜାଣିପାରୁଛନ୍ତି।

ସୌମ୍ୟ ରଞ୍ଜନ ଖବର ଲୋକଙ୍କ ପାଖରେ ପହଞ୍ଚାଇବାରେ ତ୍ରିକୋଣୀୟ ଧାରାରେ ପ୍ରିଣ୍ଟ୍ ମିଡ଼ିଆ, ରେଡିଓ ଏବଂ ଟିଭି ମାଧ୍ୟମକୁ ଗ୍ରହଣ କରିଛନ୍ତି। ଗଣମାଧ୍ୟମ ହେଉଛି ଲୋକଙ୍କ ସ୍ବର। ସରକାର ଏବଂ ଲୋକଙ୍କ ମଧ୍ୟରେ ଗଣମାଧ୍ୟମ ଏକ ସେତୁର ଭୂମିକା ଗ୍ରହଣ କରିଥାଏ। ସମ୍ପ୍ରତି ଗଣମାଧ୍ୟମର ଭୂମିକା ବୃଦ୍ଧି ପାଇଛି। ଗଣମାଧ୍ୟମରେ କାର୍ଯ୍ୟ କରିବା ନଈରେ ଘର କରି କୁମ୍ଭୀର ସହ କଳି କରିବା ସଦୃଶ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। 

ସୌମ୍ୟ ରଞ୍ଜନ ନିଜ ସ୍ବାର୍ଥ ପାଇଁ ସାମ୍ବାଦିକତାର ଉପଯୋଗ କରି ନାହାନ୍ତି। ସୌମ୍ୟ ରଞ୍ଜନ ସବୁବେଳେ ମାଟି ଏବଂ ପାଟି ମଧ୍ୟରୁ ମାଟି ମା’କୁ ଅଧିକ ଗୁରୁତ୍ବ ପ୍ରଦାନ କରିଥାନ୍ତି। ‌ସୌମ୍ୟ ରଞ୍ଜନ ଆମ ଓଡ଼ିଶା ମାଧ୍ୟମରେ ଓଡ଼ିଆ ଅସ୍ମିତାର ସ୍ବରକୁ ରୁଦ୍ଧିମନ୍ତ କରିପାରିଛନ୍ତି। ସମାଜର ବିଭିନ୍ନ ସ୍ତରରେ ଜାଗରଣ ସୃଷ୍ଟି କରିବାରେ ସମ୍ବାଦର କାର୍ଯ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସାବ୍ୟସ୍ତ ହୋଇ ପାରିଛି।

ବ୍ରାଣ୍ଡସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ-ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆୱାର୍ଡ ୨୦୨୫ର ଲକ୍ଷ୍ୟ ହେଉଛି, ଓଡ଼ିଶାରେ ବ୍ୟବସାୟ କରି ଯେଉଁମାନେ ସଫଳ ହୋଇଛନ୍ତି ଏବଂ ଦେଶରେ ସୁନାମ ଅର୍ଜନ କରିଛନ୍ତି ସେମାନଙ୍କୁ ସ୍ବୀକୃତି ପ୍ରଦାନ କରିବା। 

ଚଳିତ ବର୍ଷ ସମ୍ବାଦ କର୍ପୋରେଟ ଏକ୍ସଲେନ୍ସ ଆୱାର୍ଡ ୨୦୨୫ର ଅଷ୍ଟମ ସଂସ୍କରଣ ୫ଟି ବର୍ଗରେ ପୁରସ୍କାର ପ୍ରଦାନ କରାଯାଉଛି। ଏହା ଓଡ଼ିଶାର ବ୍ରାଣ୍ଡକୁ ଆଗୁ ଯିବାକୁ ପ୍ରୋତ୍ସାହିତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେନ୍ଦ୍ର ସରକାର ଆମ ରାଜ୍ୟ ସରକାରଙ୍କ ମାଧ୍ୟମରେ ଉତ୍କର୍ଷ ଓଡ଼ିଶା ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ପୁଞ୍ଜି ଯୋଗାଡ଼ କାର୍ଯ୍ୟ ମାତ୍ର ସାତମାସ ମଧ୍ୟରେ ସମ୍ପନ୍ନ ହୋଇ ପାରିଛି। 

ଅଧିକ ପଢ଼ନ୍ତୁ: ଏପ୍ରିଲ୍ ପ୍ରଥମ ସପ୍ତାହ ସୁଦ୍ଧା ସାଂଗଠନିକ ନିର୍ବାଚନ ଶେଷ ପାଇଁ ବିଜେଡିର ଲକ୍ଷ୍ୟ

ସମ୍ବାଦର ଏହି କାର୍ଯ୍ୟକ୍ରମରେ ୧୭ଟି ବ୍ରାଣ୍ଡ୍‌କୁ ସମ୍ମାନିତ କରାଯିବ। ମୁଁ ସେସବୁ ବ୍ରାଣ୍ଡ୍‌କୁ ଅଭିନନ୍ଦନ ଜଣାଉଛି। ଏଭଳି କାର୍ଯ୍ୟକ୍ରମରେ ସମ୍ବାଦର ସମ୍ପ‌ାଦକ ତନୟା ପଟ୍ଟନାୟକଙ୍କ ପୁନଶ୍ଚ ପୃଥିବୀ କାର୍ଯ୍ୟକ୍ରମ ଓଡ଼ିଶାରେ ଏକ ଜାଗରଣ ସୃଷ୍ଟି କରିପାରିଛି। ଏହା ସହିତ ତାଙ୍କର ସ୍ବଚ୍ଛତା କାର୍ଯ୍ୟ ରାଜ୍ୟ ବିଧାନସଭାର ୧୪୭ଟି ଆସନରେ କାର୍ଯ୍ୟକାରୀ ହୋଇ ବେଶ୍ ସଫଳ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ରେଳବଜେଟରେ ଓଡ଼ିଶା ପାଇଁ ୧୦,୫୯୯ କୋଟିର ବ୍ୟୟବରାଦ: ଅଶ୍ବିନୀ ବୈଷ୍ଣବ