ବରଗଡ଼: ବିଶ୍ଵ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପୂର୍ବରୁ ପ୍ରଚାର ପ୍ରସାର କମିଟି ତରଫରୁ ରଙ୍ଗୋଲି ମହୋତ୍ସବ ଆୟୋଜନ କରାଯାଇଛି। ସ୍ଥାନୀୟ ମହିଳା ମହାବିଦ୍ୟାଳୟ ସମ୍ମୁଖରେ ଧନୁଯାତ୍ରା ବିଷୟବସ୍ତୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରତିଯୋଗୀମାନେ ରଂଗୋଲି ଆଂକିଥିଲେ। ୩୬ଟି ଅନୁଷ୍ଠାନର ୩୬୧ ଜଣ ଚିତ୍ରଶିଳ୍ପୀ ୨୦ ଫୁଟ ଚଉଡ଼ା ଓ ପ୍ରାୟ ୫୦୦ ଫୁଟ ଲମ୍ବର ଗୋଟିଏ ରଂଗୋଲି କରିଥିଲେ। ଏଥିରେ ୯୭୫ କିଲୋ ଓଜନର ରଙ୍ଗ ବ୍ୟବହୃତ ହୋଇଥିଲା।
/sambad/media/post_attachments/wp-content/uploads/2022/12/15-17.jpg)
ମହିଳା ମହାବିଦ୍ୟାଳୟ ଭିତରେ କମିଟି ତରଫରୁ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ୨୦ ଜଣ ଭାଗ ନେଇଥିଲେ। ଧନୁଯାତ୍ରା ମହୋତ୍ସବ ସମୟରେ ମଞ୍ଚ ଉପରେ ସମସ୍ତ ବିଜେତାଙ୍କୁ ପୁରସ୍କୃତ କରାଯିବ। କମିଟିର ଆବାହିକା ତଥା ଡିଆଇପିଆର୍ଓ କଲ୍ୟାଣୀ ଦାଶ, ସହଆବାହକ ରବି ପଣ୍ଡା, ସଂଯୋଜକ ରାଜେନ୍ଦ୍ର ସିକନ୍ଦର, ଚିତ୍ରାଙ୍କନର ସଂଯୋଜକ ଅଶୋକ ଦାଶ ଓ କୁଶ ଭୂୟାଁ, ବଦ୍ରି ପ୍ରସାଦ ସାହୁ, ରମଣୀ ରଂଜନ ବେହେରା, ରଞ୍ଜନ ଦେବତା , ଏମ୍ଡି ନିଜାମ୍, ପ୍ରେମାନନ୍ଦ ଖମାରୀ, ଆଶୁତୋଷ ରଥ, ବିକି ମଟାରି, ବିକାଶ ଅଗ୍ରୱାଲଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି ଏଥିରେ ସହଯୋଗ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/14-20.jpg)