ଭୁବନେଶ୍ବର : ୧୯୮୫ ବ୍ୟାଚ୍ର ଭାରତୀୟ ରେଳ ସେବା ଇଞ୍ଜିନିୟରିଂ(ଆଇଆରଏସ୍ଇ) ଅଧିକାରୀ ରୂପ ନାରାୟଣ ସୁନକର ପୂର୍ବତଟ ରେଳପଥର ନୂତନ ମହାପ୍ରବନ୍ଧକ ଭାବେ ସୋମବାର ଦିନ କାର୍ଯ୍ୟରେ ଯୋଗଦେଇଛନ୍ତି। ଏହା ପୂର୍ବରୁ ଶ୍ରୀ ସୁନକର ବିଳାସପୁରରେ ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳପଥର ମୁଖ୍ୟ ପ୍ରଶାସକ(ନିର୍ମାଣ) ଭାବେ କାର୍ଯ୍ୟ କରୁଥିଲେ। ସେ ପଶ୍ଚିମ କେନ୍ଦ୍ରୀୟ ରେଳପଥର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ସିପିଡି)/ବ୍ରିଜ୍ ୱାର୍କ, ଡିଭିଜ୍ନାଲ ରେଲୱେ ମ୍ୟାନେଜର(ଡିଆରଏମ୍), ଉତ୍ତର କେନ୍ଦ୍ରୀୟ ରେଳପଥର ମୁଖ୍ୟ ବ୍ରିଜ୍ ଇଞ୍ଜିନିୟର ଏବଂ ପଶ୍ଚିମ କେନ୍ଦ୍ରୀୟ ରେଳବାଇ, ବିଳାସପୁରରେ ମୁଖ୍ୟ ଇଞ୍ଜିନିୟର(ନିର୍ମାଣ) ଭାବେ କାର୍ଯ୍ୟ କରିଥିଲେ।
ଭୋପାଳର ବାରକାଟୁଲ୍ଲା ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ସ୍ନାତକ ସମାପ୍ତ କରିବା ପରେ ଶ୍ରୀ ସୁନକର ୧୯୮୫ରେ ଭାରତୀୟ ରେଳପଥରେ ଯୋଗ ଦେଇଥିଲେ।