ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ତୁଙ୍କ ଜାମିନ ଶୁଣାଣି, ସିବିଆଇକୁ ମହଲତ

କଟକ : ଚିଟଫଣ୍ତ ସ˚ସ୍ଥା ରୋଜଭ୍ୟାଲିର ମୁଖ୍ୟ ଗୌତମ କୁଣ୍ତୁଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ଡସେମ୍ବର ୧୮ରେ ହେବ। ଆଜି ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ତପୀଠରେ ମାମଲାର ଶୁଣାଣି ସମୟରେ ପକ୍ଷ ରଖିବାକୁ ସିବିଆଇ ଅଧିକ ମହଲତ ‌ଲୋଡିଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ରଂଜନ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ ଭୁବନେଶ୍ବର ସ୍ବତନ୍ତ୍ର ସିବିଆଇ ଅଦାଲତରେ ବିଚାରାଧୀନ ମାମଲାରେ ଜାମିନ ପ୍ରଦାନ ପାଇଁ ଗୌତମ କୁଣ୍ତୁ ହାଇକୋର୍ଟରେ ନିୟମିତ ଜାମିନ ଆବେଦନ କରିଛନ୍ତି। ୨୦୧୫, ମାର୍ଚ୍ଚ ୨୩ରେ ତାଙ୍କୁ ରୋଜଭ୍ୟାଲି ଠକେଇ ମାମଲାରେ ଗିରଫ କରାଯାଇଥିଲା। ସିବିଆଇ ତାଙ୍କୁ ୨୦୧୬, ଜାନୁଆରି ୨୫ରେ କୋଲକତାରୁ ଟ୍ରାଞ୍ଜିଟ ରିମାଣ୍ତରେ ଓଡିଶା ଆଣିଥିଲା। ଭୁବନେଶ୍ବର ସ୍ବତନ୍ତ୍ର ସିଜେଏମ କୋର୍ଟରେ ସିବିଆଇ ତାଙ୍କୁ ହାଜର କରିଥିଲା। ରି‌ମାଣ୍ଡରେ ନେଇ ସିବିଆଇ ତାଙ୍କୁ ଜେରା କରିଥିଲା। ୨୦୧୬ରେ ରୋଜଭ୍ୟାଲି ମାମଲାରେ ସିବିଆଇ ଚାର୍ଜସିଟ ଦାଖଲ କରିଥିଲା। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ରୋଜଭ୍ୟାଲି ଚିଟଫଣ୍ତ ମାମଲାରେ ସିବିଆଇ ତୃଣମୂଳ କ˚ଗ୍ରେସ ସା˚ସଦ ସୁଦୀପ ବନ୍ଦୋପାଧୢାୟ ଓ ତାପସ ପାଲଙ୍କୁ ମଧ୍ୟ ଗିରଫ କରିଥିଲା।

ସମ୍ବନ୍ଧିତ ଖବର