ରୋଜଭ୍ୟାଲି ଠକେଇରେ ଗିରଫ ମାମଲା : ପ୍ରଯୋଜକ ଶ୍ରୀକାନ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ତଲବ

କଟକ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ବଙ୍ଗଳା ଚଳଚ୍ଚିତ୍ର ପ୍ରଯୋଜକ ଶ୍ରୀକାନ୍ତ ମୋହତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂପର୍କିତ ରିପୋର୍ଟ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କ ନେଇ ଗଠିତ ଖଣ୍ଡପୀଠ ଶ୍ରୀକାନ୍ତଙ୍କ ଜାମିନ ଆବେଦନର ଶୁଣାଣି କରି ସ୍ବାସ୍ଥ୍ୟ ରିପୋର୍ଟ ଦାଖଲ ସହିତ ଆବେଦନକାରୀଙ୍କ ବିରୋଧରେ ତଦନ୍ତରୁ କଣ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ପ୍ରମାଣ ମିଳିଛି ତାହା ଉପସ୍ଥାପନ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୫ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଖୋର୍ଦ୍ଧା ଦୌରା ଜଜ୍ ଅଦାଲତରେ ଶ୍ରୀକାନ୍ତଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ହାଇକୋର୍ଟ‌େର ମାମଲାର ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏହି ପ୍ରସଂଗରେ ପକ୍ଷ ରଖିବାକୁ ସିବିଆଇ ପକ୍ଷରୁ ଅଧିକ ମହଲତ ଲୋଡା ଯାଇଥିଲା।

ସମ୍ବନ୍ଧିତ ଖବର