ବଲାଙ୍ଗୀର: ରୋସନାରା ପରୱିନ। ଭାରତୀୟ ବରିଷ୍ଠ ମହିଳା କ୍ରିକେଟ୍ ଦଳର ପୂର୍ବତନ ସଦସ୍ୟା। ବଲାଙ୍ଗୀର ସହରର ଜଣେ ଚିହ୍ନା ମୁହଁ। ଭିନ୍ନ ସ୍ବାଦର ଜଣେ ନିଆରା ମୁସଲିମ କନ୍ୟା। ଏହି ବନ୍ଧୁବତ୍ସଳା ଓ ହୃଦୟବାନ କ୍ରିକେଟ୍ ତାରକା ବୁଧବାର ଦିନ ଭିନ୍ନ ଏକ କଥାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ବହୁବର୍ଷ ତଳେ ବିଭୂତିପଡ଼ାରେ ରହୁଥିବା ବେଳେ ତାଙ୍କ ଘରକୁ ଗୋଟିଏ ଛେଳିଛୁଆ ଅଣାଯାଇଥିଲା। ସମୟକ୍ରମେ ଛେଳିଛୁଆଟି ପରିବାରର ସମସ୍ତଙ୍କର ପ୍ରିୟ ହୋଇଗଲା। ତା’ର ନାମ ଦିଆଗଲା ଗୋଟ୍ଟୁ। ଏପରିକି ତାକୁ ରୋସନାରା ଓ ଅନ୍ୟମାନେ ଖଟରେ ଶୁଆଉଥିଲେ।
ବେହେରାପାଲିରେ ନିଜଘର କରି ସ୍ଥାନାନ୍ତରିତ ହେବାବେଳେ ମଧ୍ୟ ରୋସନାରାଙ୍କ ସେଇ ଛେଳିଟିକୁ ସେମାନେ ସାଙ୍ଗରେ ନେଇ ରଖିଥିଲେ। ରୋସନାରାଙ୍କ ବାପାଙ୍କର ମୃତ୍ୟୁ ପରେ ମଧ୍ୟ ସେ ଓ ତାଙ୍କ ମା ଛେଳିଟିର ଯତ୍ନ ନେଉଥିଲେ। ବୁଧବାର ୧୮ ବର୍ଷ ବୟସରେ ଗୋଟ୍ଟୁର ମୃତ୍ୟୁ ହେଲା। ଶୋକାଭିଭୂତ ହୋଇଯାଇଛି ପରିବାର। ଆତ୍ମୀୟସ୍ବଜନଙ୍କୁ ଡକାହେଲା। ନିକଟରେ ବିବାହ କରିଥିବା ରୋସନାରାଙ୍କ ବଡ଼ ଭଉଣୀ ଆସି ପହଞ୍ଚିବା ପରେ ପୂରା ଜଣେ ମଣିଷ ପରି ପରିବାରବର୍ଗ ନିଜ ସମ୍ପ୍ରଦାୟର ନୀତିନିୟମ ଅନୁସାରେ ଗୋଟ୍ଟୁର ଶେଷକୃତ୍ୟ ସମ୍ପନ୍ନ କଲେ। ଘର ପଛପଟେ ତାକୁ ଯଥାରୀତି କବର ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/11/sffshhff.jpg)