ମାଲକାନଗିରି: ଶୁକ୍ରବାର ସକାଳ ସାତଟା ପରେ ମାଥିଲି ବ୍ଲକ୍‌ ଅନ୍ତର୍ଗତ ଧୁଙ୍ଗିଆପୁଟ ପଞ୍ଚାୟତରେ ଜଣେ ଗର୍ଭବତୀଙ୍କୁ ପ୍ରାୟ ପାଞ୍ଚ ଛଅ କିଲୋମିଟର ବାଟ ଭାରରେ ବୋହି ଆମ୍ବୁଲାନ୍‌ସକୁ ନେବା ପରେ ମାଥିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଛି।

Advertisment

publive-image

ରାସ୍ତା ଖରାପ ଯୋଗୁଁ ଗର୍ଭବତୀ ସୁରିଆ ପାଙ୍ଗିଙ୍କ ଗାଁ ବେଙ୍ଗପାଣିକୁ ଆମ୍ବୁଲାନ୍‌ସ୍‌ ଯାଇ ନ ପାରି ରସ୍ତାର ମୁଖ୍ୟ ଛକ ଠାରେ ଅଟକି ରହିଥିଲା। ପରିବାର ଲୋକେ ଏବଂ ଆମ୍ବୁଲାନ୍‌ସ୍‌ କର୍ମଚାରୀମାନେ ସୁରିଆଙ୍କୁ ଭାରରେ ବେଙ୍ଗପାଣିରୁ ବାଡ଼ନିଗୁଡ଼ାଯାଏଁ ପ୍ରାୟ ଛଅ କିଲୋମିଟର ବାଟ ବୋହି ଛକରେ ଅପେକ୍ଷାରତ ଆମ୍ବୁଲାନ୍‌ସ୍‌କୁ ନେଇଥିଲେ। ସେଠାରୁ ତାଙ୍କୁ ଆମ୍ବୁଲାସ୍‌ନ୍‌ସ୍‌ ଯୋଗେ ଡାକ୍ତରଖାନାକୁ ନିଆଯାଇଛି।