ପୁରୀ: ସାମୁଦ୍ରିକ ଝଡ଼ ୟାସ୍ ସ୍ଥଳଭାଗ ଛୁଇଁବା ପୂର୍ବରୁ ତାର ପ୍ରଭାବ ଦେଖାଇବା ଆରମ୍ଭ କରିଦେଲାଣି । ଗତକାଲିଠାରୁ ଆଜି ପର୍ଯ୍ୟନ୍ତ ଅସ୍ତରଙ୍ଗ କାକଟପୁର ଅଂଚଳରେ ପ୍ରବଳ ବର୍ଷା ହେଉଛି । ଶୁଖିଲା ପଡ଼ିଥିବା ଚାଷ ଜମିରେ ପାଣି ଭର୍ତ୍ତି ହୋଇଯାଇଛି । ସମୁଦ୍ର ଅଶାନ୍ତ ହେବା ସହ ପବନର ବେଗ ଘଂଟା ପ୍ରତି ୫୦ କିଲୋମିଟର ଭାବେ ପ୍ରବାହିତ ହେଉଛି । ଏବେ ବି ଅସ୍ତରଙ୍ଗରେ ପ୍ରବଳ ବର୍ଷା ହେବା ସହ ପବନ ବହୁଛି । ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି । ସେହିପରି ସୋର, ଜଗତସିଂହପୁରରେ ମଧ୍ୟ ଜାରି ରହିଛି ବର୍ଷା ।
ପ୍ରଭାବ ଦେଖାଇଲାଣି ୟାସ୍: ମାଡ଼ିଆସୁଛି ବଡ଼ ବଡ଼ ଲହଡ଼ି; ଅସ୍ତରଙ୍ଗରେ ଲାଗିରହିଛି ବର୍ଷା
/sambad/media/post_attachments/wp-content/uploads/2021/05/Sea-Waves-For-Cyclone_Thumbnail.jpg)