ରେଭେନ୍ସାରେ ଗୋଲଟେବୁଲ ବୈଠକ : ସାମାଜିକ ଓ ଆର୍ଥକ ସଂସ୍କାର ପାଇଁ ମହିଳା ସଶକ୍ତୀକରଣ ଆଲୋଚନାଚକ୍ର

କଟକ : କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଓ ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟ(ଆରଓବି) ପକ୍ଷରୁ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଏକ ଗୋଲଟେବୁଲ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ ସେଭେନ୍‌ ପିଲାର୍ସଠାରେ ଆୟୋଜିତ ଆଲୋଚନାଚକ୍ରରେ ‘ସାମାଜିକ ଓ ଆର୍ଥିକ ସଂସ୍କାର ପାଇଁ ମହିଳା ସଶକ୍ତୀକରଣ’ ଶୀର୍ଷକ ବିଷୟ ରହିଥିଲା। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ବବିଦ୍ୟାଳୟର ପ୍ରଫେସର ସ୍ମୃତିପ୍ରଭା ଦାସ, ସମ୍ମାନିତ ଅତିଥି ଭାବେ ଲେଖିକା ତଥା ସମାଜସେବୀ ଡକ୍ଟର ଇତିରାଣୀ ସାମନ୍ତ, ଚଳଚ୍ଚିତ୍ର ତାରକା ଅନୁ ଚୌଧୁରୀ, କ୍ରୀଡ଼ାବିତ ଅନୁରାଧା ବିଶ୍ବାଳ, ଲେଖିକା ଡକ୍ଟର ଲକ୍ଷ୍ମୀ ଚାନ୍ଦ, ଶିଳ୍ପୋଦ୍ୟୋଗୀ ଡାକ୍ତର ଚିଦାତ୍ମିକା ଖଟୁଆ ପ୍ରମୁଖ ଯୋଗଦେଇ ଦୃଢ଼ ଇଚ୍ଛାଶକ୍ତି ହିଁ ନାରୀକୁ ତାହାର ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ସହାୟତା କରିଥାଏ ବୋଲି କହିଥିଲେ। ଆଞ୍ଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନର୍ଦ୍ଦେଶକ ଅଖିଳ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ଲିଙ୍କନ ସୁବୁଦ୍ଧି, ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଡ. ହୁସେନରବି ଗାନ୍ଧି ପ୍ରମୁଖ ଉପସ୍ଥିତ ଥିଲେ। ପତ୍ର ସୂଚନା କାର୍ଯ୍ୟାଳୟ ଗଣଯୋଗଯୋଗ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଚୌଧୁରୀ ସ୍ବାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର