ରାଉରକେଲା ବିମାନ ବନ୍ଦରରେ ୧୩ ଦିନ ଧରି ଅଟକିଛି ନ୍ୟୁଜିଲାଣ୍ଡର ଦୁଇଟି ବିମାନ

ବିମାନର ଥିଲେ ଦୁଇ ପାଇଲଟଙ୍କ ସମେତ ୬ଜଣ ବିଦେଶୀ

ରାଉରକେଲା : ଗତ ୧୩ ଦିନ ଧରି ରାଉରକେଲା ବିମାନ ବନ୍ଦରରେ ଅଟକିଛି ଦୁଇ ବିଦେଶୀ ବିମାନ l ଏହି ବିମାନରେ ଦୁଇଜଣ ପାଇଲଟଙ୍କ ସମେତ ୬ଜଣ ବିଦେଶୀ ଥିଲେ l କରୋନା ପାଇଁ ଲକଡାଉନ ପରେ ସେମାନଙ୍କୁ କୁଆଡ଼େ ଆରଏସପି ଅଧିକାରୀ ତରବରିଆ ଭାବେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଦିଲ୍ଲୀ ଦେଇ ନ୍ୟୁଜିଲାଣ୍ଡ ପଠାଇ ଦେଇଥିବା କୁହାଯାଉଛି l ରାଉରକେଲାରେ ପହଞ୍ଚିବା ପରେ ଆରଏସପି କର୍ତ୍ତୃପକ୍ଷ ଆଇଜିଏଚରେ ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରାଉରକେଲାର ଏକ ହୋଟେଲରେ ରଖିଥିଲେ l ଏ ସଂପର୍କରେ ଜିଲ୍ଲା ପ୍ରଶାସନକୁ ଜଣାଇ ନ ଥିଲେ l ଆରଏସପି ଅଧିକାରୀ କିନ୍ତୁ ଏ ସଂକ୍ରାନ୍ତରେ କିଛି କହିବାକୁ ମନା କରି ଦେଇଛନ୍ତି l

ମିଳିଥିବା ସୂଚନା ମୁତାବକ ଗତ ୧୯ ତାରିଖରେ ଭୌଗୋଳିକ ସର୍ଭେ ପାଇଁ ଏହି ଦୁଇଟି ବିମାନ ରାଉରକେଲା ବିମାନ ବନ୍ଦରରେ ଅବତରଣ କରିଥିଲା l କରୋନା ପାଇଁ ସାରାଦେଶ ଲକ ଡାଉନ ଘୋଷଣା ପରେ ଦୁଇ ପାଇଲଟ ସମେତ ୬ଜଣ ବିଦେଶୀଙ୍କୁ ଫେରି ଆସିବାକୁ ନ୍ୟୁଜିଲାଣ୍ଡରୁ ଖବର ଆସିଥିଲା l ସେମାନେ ସହାୟତା ପାଇଁ ଆରଏସପି ଅଧିକାରୀଙ୍କୁ ଅନୁରୋଧ କରିଥିଲେ l ଅଧିକାରୀମାନେ ସେମାନଙ୍କୁ ନ୍ୟୁଜଲ୍ୟାଣ୍ଡ ପଠାଇ ଦେଇଥିଲେ l

ତେବେ ଏ ସଂକ୍ରାନ୍ତରେ ଆରଏସପି କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନକୁ କାହିଁକି ଜଣାଇଲେ ନାହିଁ, ତାକୁ ନେଇ ଲୋକଙ୍କ ମଧ୍ୟରେ ନାନା କଥା ଆଲୋଚନା ହେଉଛି l

ସମ୍ବନ୍ଧିତ ଖବର