ଜୁନ୍‌ରେ ରାଉରକେଲା ଓ ଝାରସୁଗୁଡା ବିମାନ ବନ୍ଦର ଉଦ୍‌ଘାଟନ

ଭୁବନେଶ୍ୱର : ଜୁନ୍‌ ୧୫ ତାରିଖ ବେଳକୁ ଏକାସାଙ୍ଗରେ ରାଉରକେଲା ଓ ଝାରସୁଗୁଡା ବିମାନ ବନ୍ଦରର ଉଦ୍‌ଘାଟନ ହୋଇପାରେ। ଏଥିପାଇଁ ଆସନ୍ତା ୨୩ ଓ ୨୪ ତାରିଖରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଓଡ଼ିଶା ଆସି ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ରିପୋର୍ଟ ଦେବାକୁ ସ୍ଥିର ହୋଇଛି। ଆଜି ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ଆଜି ମୁଖ୍ୟଶାସନ ଆଦିତ୍ୟ ପ୍ରସାଦ ପାଢୀ ଓ କେନ୍ଦ୍ର ବେସାମାରିକ ବିମାନ ଚଳାଚଳ ବିଭାଗର ଯୁଗ୍ମ ଶାସନ ସଚିବ ଉଷା ପାଢୀଙ୍କ ଉପସ୍ଥିତିରେ ଓଡ଼ିଶାରେ ଉଡ଼ାନ୍‌ ଯୋଜନାର ଅଗ୍ରଗତି ସଂପର୍କରେ ଆଲୋଚନା ହୋଇଥିଲା।

ଖବର ଅନୁସାରେ, ଶ୍ରୀମତୀ ପାଢୀ ଓ ତାଙ୍କ ସହିତ ଆସିଥିବା କେନ୍ଦ୍ର ସରକାରଙ୍କ ଏକ ପ୍ରତିନିଧି ଦଳ ଆଜି ଓ଼ଡ଼ିଶାର ସମସ୍ତ ପ୍ରକଳ୍ପର ଅଗ୍ରଗତି ଓ ସମ୍ଭାବନା ସଂପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ। କେଉଁ ପ୍ରକଳ୍ପ କେଉଁଠାରେ ଅଟକିଛି ଓ ତାର କାରଣ ସଂପର୍କରେ ଚର୍ଚ୍ଚା ହୋଇଥିଲା। ଆସନ୍ତାକାଲି ଶ୍ରୀମତୀ ପାଢୀଙ୍କ ସହିତ ଏହି ଟିମ୍‌ ଜୟପୁର ଓ ଉତ୍‌କେଲା ଗସ୍ତରେ ଯାଇ ସେଠାରେ କେନ୍ଦ୍ର ସରକାରଙ୍କ ଉଡାନ୍‌ ଯୋଜନାର ସ୍ଥିତି ପରଖିବେ।

ସମ୍ବନ୍ଧିତ ଖବର