ରାଉରକେଲା: ଓଡ଼ିଶା ରାଜ୍ୟଆଇନଜୀବୀ ପରିଷଦ ନିର୍ଦ୍ଦେଶକ୍ରମେ ଶାନ୍ତି ଶୃଙ୍ଖଳାସହ ରାଉରକେଲା ଓକିଲ ସଂଘ ନିର୍ବାଚନ ଆଜି ସମ୍ପନ୍ନ ହୋଇଛି। ଏଥିରେ ସଭାପତିଭାବେ ପ୍ରଦୀପ ମିଶ୍ର, ଉପସଭାପତିଭାବେ ମାନ୍ଥା ମାଲେଶ୍ବରମ, ସାଧାରଣ ସମ୍ପାଦକଭାବେ ଅବନୀ ପ୍ରଧାନ ଓ କୋଷାଧ୍ୟକ୍ଷଭାବେ ଶ୍ରୀନିବାସ ପଣ୍ଡା ବିଜୟୀ ହୋଇଛନ୍ତି। ଆଜି ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା, ଯାହାକି ଅପରାହ୍ନ ୩ଟା ଯାଏଁ ଚାଲିଥିଲା। ଅପରାହ୍ନ ୪ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ଏଥିରେ ମୋଟ ୫୭୯ ଜଣ ମତଦାନା କରିଥିଲେ। ଅମୂଲ୍ୟ ମହାପାତ୍ର ନିର୍ବାଚନ ଅଧିକାରୀ ଦାୟିତ୍ବ ନିର୍ବାହ କରିଥିଲେ।
ଏଥର ସଭାପତି ପଦ ପାଇଁ ତିନି ଜଣ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ତେବେ ସର୍ବାଧିକ ୨୨୭ ଖଣ୍ଡ ଭୋଟ୍ ପାଇ ଶ୍ରୀ ମିଶ୍ର ବିଜୟୀ ହୋଇଥିବାବେଳେ ବିସ୍ମୟ ଦାସ(୧୯୦) ଦ୍ବିତୀୟ ଓ ରାମ ପ୍ରସାଦ ପଟ୍ଟନାୟକ(୧୧୪) ତୃତୀୟ ସ୍ଥାନରେ ରହିଥିଲେ। ସେହିଭଳି ଉପସଭାପତି ପଦ ପାଇଁ ଶ୍ରୀ ମାଲେଶ୍ବରମ ଓ ଗଙ୍ଗାଧର ଦାସ ମୁହାଁମୁହିଁ ହୋଇଥିଲେ। ତେବେ ଶ୍ରୀ ମାଲେଶ୍ବରମ ସର୍ବାଧିକ ୨୭୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ୨୪୯ ଖଣ୍ଡ ଭୋଟ୍ ସହ ଶ୍ରୀ ଦାସ ଦ୍ବିତୀୟ ସ୍ଥାନରେ ରହିଥିଲେ। ସାଧାରଣ ସମ୍ପାଦକ ପଦ ପାଇଁ ଲଢ଼ୁଥିବା ଶ୍ରୀ ପ୍ରଧାନ(୩୬୬) ନିକଟତମ ପ୍ରତିଦ୍ବନ୍ଦ୍ବି କିର୍ସନ କେରାଇ(୧୬୮)ଙ୍କୁ ପରାସ୍ତ କରିଥିଲେ। କୋଷାଧ୍ୟକ୍ଷ ପଦ ପାଇଁ ତିନି ଜଣ ପ୍ରତିଦ୍ବନ୍ଦ୍ବିତା କରିଥିଲେ। କିନ୍ତୁ ସର୍ବାଧିକ ଭୋଟ୍ ପାଇ ଶ୍ରୀନିବାସ ପଣ୍ଡା(୨୪୮) ବିଜୟୀ ହୋଇଥିବାବେଳେ ଉପେନ୍ଦ୍ର ଶତପଥୀ(୨୧୩), ହିତେନ୍ଦ୍ର ଦାସ(୮୧) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଥିଲେ। ତେବେ ଯୁଗ୍ମ ସମ୍ପାଦକ ପଦ୍ମିନୀ ଦାସ, ସହ ସମ୍ପାଦକଭାବେ ଲିଙ୍ଗମ ଅନୁସୁରୁ ହରି ଦୋରା, ଲାଇବ୍ରେରୀ ସମ୍ପାଦକଭାବେ ଶାନ୍ତନୁ ଦାସ ପ୍ରମୁଖ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହୋଇଛନ୍ତି।
/sambad/media/post_attachments/wp-content/uploads/2023/03/c5ae043a-10b4-4ceb-937d-fd01e473fa22.jpg)
କାର୍ଯ୍ୟକାରୀ କମିଟି ସଦସ୍ୟଭାବେ ବବିତା ମହାପାତ୍ର, ପ୍ରମୋଦ ଦେବତା, ବିଜୟ ପଟ୍ଟନାୟକ, ବୁଲୁ ପଟ୍ଟନାୟକ, ଅକ୍ଷୟ ସିଂହଦେଓ, ତାପସ ପରିଡ଼ା, ମେରୀ ମାକ୍ସିମା ଏକ୍କା ପ୍ରମୁଖ ନିର୍ବାଚିତ ହୋଇଛନ୍ତି। ନିର୍ବାଚନରେ ଆଇନଜୀବୀ ପ୍ରମୋଦ ମହାନ୍ତି, ବଳଭଦ୍ର ନାୟକ, ଜଗଦୀଶ ଚନ୍ଦ୍ର ଶେଖର ଦାହରି, ମହମ୍ମଦ ୟାମୁନ ନବୀ, ସଞ୍ଜୀବ ରାଉତରାୟ, ରବୀନ୍ଦ୍ର ମୋହନ ପ୍ରଧାନ, ପ୍ରଶାନ୍ତ ପାଣିଗ୍ରାହୀ, ବୁଧିରାମ ସ୍ବାଇଁ, ମାଧବ ନାୟକ, ରୂପେଶ ଲାଲ, ଉପେନ୍ଦ୍ର ବଘାର, ସରୋଜ ନାରାୟଣ ମହାପାତ୍ର, ସୁଶୀଳ ଜେନା, ଆରତୀ ଚୌଧୁରୀ, ବିଜୟନ୍ତୀ ମିଞ୍ଜ ପ୍ରମୁଖ ସହକାରୀ ନିର୍ବାଚନ ଅଧିକାରୀ ଦାୟିତ୍ବ ତୁଲାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/6b97fc58-cd6f-4d63-ab94-7af644cbc6e4.jpg)