ଭୁବନେଶ୍ୱର : ଶନିବାର ଓ ରବିବାର ବ୍ୟତୀତ ସପ୍ତାହରେ ୫ ଦିନ ଚଳାଚଳ କରୁଥିବା ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ସେବାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ରାଉରକେଲାରୁ ଭୋର ୫ଟା ୧୦ରେ ଛାଡ଼ି ଭୁବନେଶ୍ୱରଠାରେ ଅପରାହ୍ନ ୧୨ଟା ୩୦ରେ ପହଞ୍ଚିବ। ଫେରିବା ବେଳେ ଭୁବନେଶ୍ୱରରୁ ଅପରାହ୍ନ ୨ଟା ୧୦ରେ ବାହାରି ରାତି ୯ଟା ୪୦ରେ ରାଉରକେଲାରେ ପହଞ୍ଚିବ।
ରାଉରକେଲା-ଭୁବନେଶ୍ୱର ଇଣ୍ଟରସିଟି ସ୍ୱତନ୍ତ୍ର ଏକ୍ସପ୍ରେସ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି
/sambad/media/post_attachments/wp-content/uploads/2020/09/img201808271351422076760.jpg)