ଭୁବନେଶ୍ୱର : ନଭେମ୍ବର ୭ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍(୦୨୮୬୧/୦୨୮୬୨) ସପ୍ତାହକୁ ୫ ଦିନ ପରିବର୍ତ୍ତେ ସବୁ ଦିନ ଚଳାଚଳ କରିବ। ରାଉରକେଲାରୁ ସକାଳ ୫ଟା ୧୦ରେ ଛାଡ଼ି ଭୁବନେଶ୍ୱରରେ ଅପରାହ୍ଣ ୧୨ଟା ୩୦ରେ ପହଞ୍ଚିବ। ଫେରିବା ପଥରେ ଭୁବନେଶ୍ୱର-ରାଉରକେଲା ଟ୍ରେନ୍ (୦୨୮୬୨) ଭୁବନେଶ୍ୱରରୁ ଅପରାହ୍ଣ ୨ଟା ୧୦ରେ ଛାଡ଼ି ରାଉରକେଲାରେ ରାତି ୯ଟା ୪୦ରେ ପହଞ୍ଚିବ। ଏହି ବିଶେଷ ଟ୍ରେନ୍ ପୂର୍ବରୁ ୮ଟି କୋଚ୍ ପରିବର୍ତ୍ତେ ଏବେ ୧୦ କୋଚ ସହିତ ଚଳାଚଳ କରିବ।
ଏହି ଟ୍ରେନ୍ରେ ଗୋଟିଏ ଏସି-ଚେୟାର କାର୍ ଓ ଗୋଟିଏ ଦ୍ୱିତୀୟ ଶ୍ରେଣୀ ଚେୟାର କାର୍ ଅତିରିକ୍ତ ସଂଯୋଗ ପରେ ଏହା ୨ଟି ଏସି ଚେୟାର୍ କାର୍, ୬ଟି ସେକେଣ୍ଡ୍ କ୍ଲାସ୍ ଚେୟାର୍ କାର୍ ଓ ୨ଟି ଗାର୍ଡ ତଥା ଲଗେଜ୍ ଭ୍ୟାନ୍ ସହ ଚାଲିବ। ଟ୍ରେନ୍ ଉଭୟ ଦିଗରୁ ରାଉରକେଲା ଏବଂ ଭୁବନେଶ୍ୱର ମଧ୍ୟରେ ରାଜଗାଙ୍ଗପୁର, ବାମରା, ଝାରସୁଗୁଡ଼ା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ୍, ଢେଙ୍କାନାଳ ଓ ନରାଜ ମାର୍ଥାପୁର ଷ୍ଟେସନ୍ରେ ରହଣି କରିବ।