ଚାଲିଲା ରାଉରକେଲା-ଚକ୍ରଧରପୁର ପାସେଞ୍ଜର

ରାଉରକେଲା : ରବିବାରଠୁ ରାଉରକେଲା-ଚକ୍ରଧରପୁର ପାସେଞ୍ଜର ଟ୍ରେନ୍‌ ଚଳାଚଳର ଶୁଭାରମ୍ଭ ହୋଇଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଟ୍ରେନ୍‌କୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ରେଳବାଇ ତରଫରୁ ଏଡିଆର୍‌ଏମ୍‌ ବିନୟ କୁଜୁର, ବନ୍ଧମୁଣ୍ଡା ଏଆର୍‌ଏମ୍‌ ଆର.କେ. ମହାନ୍ତି, ସିଡିଓ ବନ୍ଧମୁଣ୍ଡା କେ. ଶ୍ରୀବାସ୍ତବ, ଡିସିଏମ୍‌ ଚକ୍ରଧରପୁର ଏସ୍‌ ମିତ୍ର ଓ ରାଉରକେଲା ଷ୍ଟେସନ ମ୍ୟାନେଜର ପି. ଦାସ ଉପସ୍ଥିତ ଥିଲେ।

ଦୈନିକ ରାଉରକେଲା-ଚକ୍ରଧରପୁର ଓ ଚକ୍ରଧରପୁରରୁ ରାଉରକେଲା ଯାତାୟତ କରୁଥିବା ଉଭୟ ରାଉରକେଲା ଓ ଝାଡଖଣ୍ଡର ଯାତ୍ରୀମାନେ ବେଶ୍‌ ଉପକୃତ ହେବେ ବୋଲି ସାଂସଦ ଶ୍ରୀ ଓରାମ କହିଛନ୍ତି। ଟ୍ରେନ୍‌ ପୂର୍ବାହ୍ନ ସାଢ଼େ ୬ଟାରେ ରାଉରକେଲାରୁ ଛାଡିବ। ପୂର୍ବାହ୍ନ ସାଢ଼େ ୧୦ଟାରେ ଚକ୍ରଧରପୁର ରାଉରକେଲା ଅଭିମୁଖେ ବାହାରିବ। କାର୍ଯ୍ୟକ୍ରମରେ ବିଜେପିର ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିହାର ରାୟ, ଜଗବନ୍ଧୁ ବେହେରା, ଦିଲୀପ ଦାସ, ବାବୁଲି ମୁର୍ମୁ, ମମତା ଗୌତମ, ମନୋଜ ସେନାପତି, ଅଜୟ କଂସାରୀ, ଝରଣା ମହାରଣା, ଈଶ୍ବର ବେହେରା, ଭଗବାନ ରାଉତ, ଅଶୋକ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର