୪୧ ଆକ୍ରାନ୍ତ ଚିହ୍ନଟ ପରେ ରାଉରକେଲା କୋର୍ଟ ୩ ଦିନ ବନ୍ଦ

ରାଉରକେଲା: ରାଉରକେଲା କୋର୍ଟରେ ଆଜି ୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୪ ଜଣ ବିଚାରପତି ଥିବାବେଳେ ଅନ୍ୟମାନେ କର୍ମଚାରୀବୋଲି ସୂଚନା ମିଳିଛି। ଏତେସଂଖ୍ୟ ଆକ୍ରାନ୍ତ ଚିହ୍ନଟ ହେବାପରେ ଏହାକୁ ପରବର୍ତ୍ତୀ ୭୨ ଘଣ୍ଟାଯାଏଁ ବନ୍ଦ କରିବାକୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡା. ଶୁଭଙ୍କର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଆସନ୍ତା ୧୫ ତାରିଖ ଯାଏଁ ବନ୍ଦ ରହିବ। ଆସନ୍ତାକାଲି ଓିକଲ ସଂଘ ପରିସରରେ ଟେଷ୍ଟିଂ କ୍ୟାମ୍ପ୍‌ କରାଯିବ। କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି କୋର୍ଟ ପରିସରରେ ସ୍ବତନ୍ତ୍ର କ୍ୟାମ୍ପ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର