କଟକ : ରାଉରକେଲା ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଦାୟର ମାମଲାରେ ବିଧାୟକ ସାରଦା ନାୟକ ଆଜି ହାଇକୋର୍ଟରେ ଓକିଲଙ୍କ ମାଧ୍ୟମରେ ପକ୍ଷ ରଖିଛନ୍ତି। ଏହି ମାମଲାରେ ଜବାବ ଦାଖଲ ପାଇଁ ବିଧାୟକଙ୍କ ତରଫରୁ ୧୦ ସପ୍ତାହ ସମୟ ଲୋଡା ଯାଇଛି। ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୪କୁ ଧାର୍ଯ୍ୟ କରିଥିବାବେଳେ ଏହାପୂର୍ବରୁ ଜବାବ ଦାଖଲ ପାଇଁ ବିଧାୟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଉରକେଲା ଆସନରୁ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେପିର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ଆବେଦନକାରୀ ନିହାର ରାୟଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ଓ ବିଧାୟକ ଶ୍ରୀ ନାୟକଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି।
ରାଉରକେଲା ନିର୍ବାଚନୀ ମାମଲା : ଜବାବ ଦାଖଲ ପାଇଁ ବିଧାୟକଙ୍କୁ ମହଲତ
/sambad/media/post_attachments/wp-content/uploads/2019/11/sarada.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)