ରାଉରକେଲା: ରବିବାର ସକାଳ ପ୍ରାୟ ୬ଟା ବେଳେ ସ୍ଥାନୀୟ ସାରନଗରୀ ଅନ୍ତର୍ଗତ କୋଅପରେଟିଭ୍ କଲୋନିର ଶ୍ରୀକୁମାର ସାହୁଙ୍କ ଘରେ ନିଅାଁ ଲାଗିଯିବାରୁ ଘରର ସମସ୍ତ ଜିନିଷ ପୋଡ଼ି ଯିବା ସହ ଗ୍ୟାରେଜ୍ରେ ଥିବା ଗୋଟିଏ କାର୍ ଏବଂ ଗୋଟିଏ ସ୍କୁଟି ପୋଡ଼ି ନଷ୍ଟ ହୋଇ ଯାଇଛି।
ବିଜୁଳି ସର୍ଟ ସର୍କିଟ୍ ଯୋଗୁଁ ନିଅାଁ ଲାଗିଥିବା କୁହାଯାଉଛି। ନିଅାଁ ଲାଗିଲା ବେଳେ ଶ୍ରୀକୁମାର ଘରେ ନ ଥିଲେ। ନିଅାଁ କୋପରେ ଘର ଭିତରେ ଥିବା ତାଙ୍କ ପତ୍ନୀ ଓ ଦୁଇ ପିଲା ବାହାରକୁ ଆସି ପାରି ନ ଥିଲେ। ସ୍ଥାନୀୟ ଲୋକେ ଶିଡ଼ି ଲଗାଇ ସେମାନଙ୍କୁ ବାହାରକୁ ଆଣିଥିଲେ।
ଖବର ପାଇ ରାଉରକେଲାସ୍ଥିତ ଓଡ଼ିଶା ଅଗ୍ନିଶମ ସେବା ଓ ଆର୍ଏସ୍ପିରୁ ୨ଟି ଲେଖାଏଁ ଦମକଳ ଆସି ନିଅାଁ ଲିଭାଇ ଥିଲେ। କିନ୍ତୁ, ସେତେବେଳକୁ ସବୁକିଛି ପୋଡ଼ି ଛାରଖାର ହୋଇ ଯାଇଥିଲା।
ସେ ଯାହା ହେଉ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ପ୍ରକାଶ।