ରାଉରକେଲା: ପାନପୋଷ ଏନ୍‌ଏସି ମାର୍କେଟ୍‌ରେ ଅଗ୍ନିକାଣ୍ଡ

ରାଉରକେଲା: ରବିବାର ସକାଳ ସାଢ଼େ ପାଞ୍ଚଟା ପରେ ସ୍ଥାନୀୟ ପାନପୋଷ ଏନ୍‌ଏସି ମାର୍କେଟ୍‌ରେ ନିଅାଁଲାଗି ପ୍ରାୟ ୧୪ଟି ଦୋକାନ ପୋଡ଼ି ଯାଇଛି।

ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ୨ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ନିଅାଁ ଲିଭାଇ ଥିଲେ। ଅବଶ୍ୟ ସେତେବେଳକୁ ସମସ୍ତ ଦୋକାନ ପୋଡ଼ି ଯାଇଥିଲା। ଦୋକାନଗୁଡ଼ିକରୁ ଅଧିକାଂଶ କାଠ ବାଉଁଶରେ ତିଆରି କ୍ୟାବିନ ଭଳି ହୋଇଥିବାରୁ ନିଅାଁ ଚରିଯିବା ସହଜ ହୋଇଥିଲା।

ରଘୁନାଥପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର