ରାଜସ୍ଥାନରେ ଚମକିଲେ ରାଉରକେଲାର ଝିଅ, ପ୍ରତିଯୋଗୀଙ୍କୁ ପଛରେ ପକାଇ ପିନ୍ଧିଲେ ବିଜୟ ମୁକୁଟ

ରାଉରକେଲା: ରାଜସ୍ଥାନର ଜୟପୁର ଠାରେ ବିକାଶ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ଆୟୋଜିତ ହୋଇଥିଲା ମିଷ୍ଟର-ମିସେସ୍‌ ଓ ଟିନ୍‌ ମିସ୍‌ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ପ୍ରତିଯୋଗିତା। ବିଜୟ ମୁକୁଟ ପିନ୍ଧିଥିଲେ ରାଉରକେଲାର ପ୍ରିୟଙ୍କା ପଣ୍ଡା। ଗତ ୨୯ ଡିସେମ୍ବର ଗ୍ରାଣ୍ଡ ଫାଇନାଲ୍‌ରେ ଦେଶର ବିଭିନ୍ନ ରାଜ୍ୟରୁ ଅଂଶଗ୍ରହଣ କରିଥିବା ସମସ୍ତ ଝିଅକୁ ପଛରେ ପକାଇ ସେ ଟିନ୍‌ ମିସ୍‌ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ମୁକୁଟ ହାସଲ କରିଛନ୍ତି।

ଶୁଭମ୍‌ ପ୍ରଧାନ ମିଷ୍ଟର ଇଣ୍ଡିଆ ଏକ୍ସକ୍ଲୁସିଭ୍‌, ହର୍ଷିତା ଖାନ୍ନା ମିସ୍‌ ଟିନ୍‌ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ଫାଷ୍ଟ ରନର୍ସ ଅପ୍‌, ସିଏଚ୍‌ ଜାମିନି ମିସ୍‌ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ଥାର୍ଡ ରନର୍ସ ଅପ୍‌, ସଞ୍ଜନା ପତି ମିସ୍‌ ଇଣ୍ଡିଆ ବିଜୟ ମୁକୁଟ ହାସଲ କରିଛନ୍ତି। ଏଥିସହ ବିଭିନ୍ନ ବର୍ଗରେ ଦେଶର ବିଭିନ୍ନ ରାଜ୍ୟର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ମିସ୍‌ ଇଣ୍ଡିଆ ୟୁନିଭର୍ସ ବିୟୋଲୋନି ଦାସ, ମିସ୍‌ ଇଣ୍ଡିଆ ବିୟୁଟିଫୁଲ୍‌ ଜାରା ଶେଖ, ସୁରଜ ପାଣିଗ୍ରାହୀ, ଆରତୀ ଜୈନ, ଦୀପ୍ତି ସୈନୀ ପ୍ରମୁଖ ଜଣାଶୁଣା ମଡେଲ ବିଜୟୀ ପ୍ରତିଯୋଗୀଙ୍କୁ ବିଜୟ ମୁକୁଟ ପିନ୍ଧାଇଥିଲେ। କାର୍ଯ୍ୟକ୍ରମର ନିର୍ଦ୍ଦେଶକ ମନୋଜ ସୋନି, ମୁଖ୍ୟ ପ୍ରିୟଙ୍କା ସିଂ, ଜ୍ୟୋତି ଗୁର୍ଜର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ଉଲ୍ଲେଖଯୋଗ୍ୟ, ରାଉରକେଲା ବେଦବ୍ୟାସର ପ୍ରିୟଙ୍କା ପଣ୍ଡା ହେଉଛନ୍ତି ପ୍ରକାଶ ପଣ୍ଡା ଓ ପ୍ରଭା ପଣ୍ଡାଙ୍କ ଝିଅ। ସେ ୧୦ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।

ସମ୍ବନ୍ଧିତ ଖବର