ରାଉରକେଲା-ଗୁଣୁପୁର ସ୍ବତନ୍ତ୍ର ଟ୍ରେନ୍‌ ବାତିଲ

ରାଉରକେଲା: ପୂର୍ବ ଉପକୂଳ ରେଳବାଇ ସମ୍ବଲପୁର ମଣ୍ଡଳ ପକ୍ଷରୁ ଚାଲିଥିବା ବିକାଶମୂଳକ କାମ ଯୋଗୁ ରାଉରକେଲା-ଗୁଣୁପୁର ଓ ଗୁଣୁପୁର-ରାଉରକେଲା ଦୁଇଟି ସ୍ବତନ୍ତ୍ର ଟ୍ରେନ୍‌କୁ ବାତିଲ କରାଯାଇଛି। ଆସନ୍ତା ୨୨ରେ ରାଉରକେଲାରୁ ଛାଡିବାକୁ ଥିବା ରାଉରକେଲା-ଗୁଣୁପୁର (୦୮୯୧୨୭)କୁ ବାତିଲ କରାଯାଇଛି। ଅନୁରୂପ ଭାବେ ୨୩ରେ ଗୁଣୁପୁରରୁ ଛାଡିବାକୁ ଥିବା ଗୁଣୁପୁର-ରାଉରକେଲା (୦୮୧୨୮) ସ୍ବତନ୍ତ୍ର ଟ୍ରେନ୍‌ ମଧ୍ୟ ବାତିଲ ହୋଇଛି। ଦୁଇ ଦିନ ପରେ ଅର୍ଥାଥ୍‌ ୨୪ରୁ ଦୁଇଟି ଟ୍ରେନ୍‌ ଚଳାଚଳ ସ୍ବାଭାବିକ ହେବ ବୋଲି ସମ୍ବଲପୁର ରେଳ ମଣ୍ଡଳ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର