ଭୁବନେଶ୍ବର : ଡିସେମ୍ବର ୨୭ରୁ ଅନୁଗୁଳ ଷ୍ଟେସନଠାରେ ପୁରୀ-ଅହମ୍ମଦାବାଦ ଏକ୍ସପ୍ରେସର ସମୟରେ ପରିବର୍ତ୍ତନ କରିବାକୁ ରେଳପଥ ପକ୍ଷରୁ ନିଷ୍ପତ୍ତି ହୋଇଛି। ଅହମ୍ମଦାବାଦ-ପୁରୀ ଏକ୍ସପ୍ରେସ(୧୮୪୦୬) ୨୭ ତାରିଖଠାରୁ ଅନୁଗୁଳ ଷ୍ଟେସନଠାରେ ଏହାର ନିର୍ଧାରିତ ସମୟ ରାତି ୩ଟା ୨୦ରେ ପହଞ୍ଚି ରାତି ୩ଟା ୨୨ରେ ଛାଡ଼ିବା ପରିବର୍ତ୍ତେ ରାତି ୩ଟାରେ ପହଞ୍ଚି ୩ଟା ୨ ମିନିଟ୍‌ରେ ଛାଡ଼ିବ। ସେହିପରି ଡିସେମ୍ବର ୨୮ରୁ ରାଉରକେଲାରୁ ଓ ଡିସେମ୍ବର ୨୯ରୁ ଗୁଣୁପୁରଠାରୁ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ (୧୮୧୧୭/୧୮୧୧୮)କୁ ସପ୍ତାହକୁ ୬ ଦିନ ପରିବର୍ତ୍ତେ ସବୁଦିନ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିର ହୋଇଛି। ଏହି ଟ୍ରେନ ପାଇଁ ବିଭିନ୍ନ ସ୍ଥାନରେ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ।

Advertisment

ଅନ୍ୟପକ୍ଷରେ ଖୋର୍ଦ୍ଧା ରୋଡ-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜର ମହିପୁରକୁ ସମ୍ପ୍ରସାରଣ ଯୋଗୁଁ ବିଭିନ୍ନ ଷ୍ଟେସନଠାରେ ଏହା ପରିବର୍ତ୍ତିତ ସମୟରେ ଚଳାଚଳ କରିବ। ଗୁରୁବାରଠାରୁ ଖୋର୍ଦ୍ଧା ରୋଡ-ନୟାଗଡ଼ ଟାଉନ-ଖୋର୍ଦ୍ଧା ରୋଡ ପାସେଞ୍ଜର ଟ୍ରେନଗୁଡିକୁ ମହିପୁରକୁ ସମ୍ପ୍ରସାରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରାରମ୍ଭିକ ସମ୍ପ୍ରସାରଣ ଦିନ ଏହା ଅପରାହ୍ନରେ ନୟାଗଡ଼ ଟାଉନଠାରୁ ମହିପୁରକୁ ଯାତ୍ରା କରିବ। ପରିଚାଳନାଗତ ସୁବିଧା ପାଇଁ ମହିପୁରକୁ ଏହି ଟ୍ରେନଗୁଡିକ ଶୁକ୍ରବାର ଅର୍ଥାତ ଡିସେମ୍ବର ୨୭ଠାରୁ ନିୟମିତ ଭାବେ ପରିବର୍ତ୍ତିତ ସମୟରେ ଚଳାଚଳ କରିବ। ଖୋର୍ଦ୍ଧା ରୋଡ-ମହିପୁର ପାସେଞ୍ଜର(୫୮୪୨୯) ଖୋର୍ଦ୍ଧା ରୋଡଠାରୁ ସନ୍ଧ୍ୟା ୮ଟା ୧୫ରେ ଛାଡ଼ି ରାତି ୧୦ଟା ୧୫ରେ ମହିପୁର ଠାରେ ପହଞ୍ଚିବାକୁ ଥିବା ବେଳେ ଫେରିବା ପଥରେ ମହିପୁର-ଖୋର୍ଦ୍ଧା ରୋଡ ପାସେଞ୍ଜର(୫୮୪୩୦) ମହିପୁରଠାରୁ ଭୋର ୪ଟା ୩୦ରେ ଛାଡ଼ି ସକାଳ ୬ଟା ୪୫ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ। ଖୋର୍ଦ୍ଧା ରୋଡ-ମହିପୁର ପାସେଞ୍ଜର(୫୮୪୩୧) ସକାଳ ୮ଟା ୨୦ରେ ଖୋର୍ଦ୍ଧା ରୋଡରୁ ଛାଡ଼ି ପୂର୍ବାହ୍ନ ୧୦ଟା ୧୫ରେ ମହିପୁରଠାରେ ପହଞ୍ଚିବାକୁ ଥିବା ବେଳେ ଫେରିବା ପଥରେ ମହିପୁର-ଖୋର୍ଦ୍ଧା ରୋଡ ପାସେଞ୍ଜର(୫୮୪୩୨) ମହିପୁରଠାରୁ ପୂର୍ବାହ୍ନ ୧୦ଟା ୪୫ରେ ଛାଡ଼ି ଅପରାହ୍ନ ୧୨ଟା ୪୫ରେ ଖୋର୍ଦ୍ଧା ରୋଡଠାରେ ପହଞ୍ଚିବ।

ଶୁକ୍ରବାରଠାରୁ ନିୟମିତ ଭାବେ ମହିପୁରକୁ ଟ୍ରେନ ସମ୍ପ୍ରସାରଣ ସହ ପରିଚାଳନାଗତ ସୁବିଧାକୁ ଦୃଷ୍ଟିରେ ରଖି ଏହାର ସଂଯୋଗକାରୀ ଟ୍ରେନ ଖୋର୍ଦ୍ଧା ରୋଡ-ପୁରୀ ପାସେଞ୍ଜର(୫୮୪୦୯) ଡିସେମ୍ବର ୨୭ଠାରୁ ଖୋର୍ଦ୍ଧା ରୋଡରୁ ଅପରାହ୍ନ ୧୨ଟା ୩୦ ପରିବର୍ତ୍ତେ ଅପରାହ୍ନ ଗୋଟାଏ ୩୦ରେ ଛାଡ଼ି ଅପରାହ୍ନ ୨ଟା ୫୦ରେ ପହଞ୍ଚିବ।