ଭୁବନେଶ୍ବର : ରେଳ ଯାତ୍ରୀଙ୍କର ସୁବିଧାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୮ରୁ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ(୧୮୧୧୭/୧୮୧୧୮)କୁ ସପ୍ତାହର ସବୁଦିନ ଚଳାଚଳ କରିବ। ଏହି ଟ୍ରେନ ପାଇଁ ସ୍ଥିରୀକୃତ ରହଣି ଷ୍ଟେସନ ଓ ସମୟ ସାରଣୀରେ କୌଣସି ପରିବର୍ତ୍ତନ ହେବ ନାହିଁ। ୨୦୧୧ ନଭେମ୍ବରଠାରୁ ରାଜ୍ୟରାଣୀ ଏକ୍ସପ୍ରେସ ସପ୍ତାହକୁ ୩ ଦିନ ଝାରସୁଗୁଡା ଓ ଭୁବନେଶ୍ୱର ମଧ୍ୟରେ ଚଳାଚଳ କରୁଥିଲା। ୨୦୧୨ ଜୁଲାଇରୁ ରାଉରକେଲାକୁ ସମ୍ପ୍ରସାରିତ ହୋଇଥିଲା। ଏହି ଟ୍ରେନକୁ ପୁନର୍ବାର ୨୦୧୭ ମାର୍ଚ୍ଚଠାରୁ ଗୁଣୁପୁରକୁ ସମ୍ପ୍ରସାରଣ କରାଯିବା ଦ୍ବାରା ଏହା ରାଉରକେଲା, ଭୁବନେଶ୍ୱର ସହିତ ଗଜପତି ଓ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସହରକୁ ସିଧାସଳଖ ଭାବେ ଟ୍ରେନ ଦ୍ୱାରା ସଂଯୋଗ କରାଯାଇଥିଲା। ଯାତ୍ରୀମାନଙ୍କର ଚାହିଦାକୁ ଦୃଷ୍ଟିରେ ରଖି ୨୦୧୯ ମାର୍ଚ୍ଚଠାରୁ ଏହି ଟ୍ରେନକୁ ସପ୍ତାହରେ ୩ ଦିନ ପରିବର୍ତ୍ତେ ୬ ଦିନ ଚଳାଚଳ କରାଯାଇଥିଲା। ଏବେ ଏହାର ସେବାକୁ ସପ୍ତାହରେ ସବୁଦିନ କରାଯିବାକୁ ନିଷ୍ପତ୍ତି ହୋଇଛି। ଏହି ଟ୍ରେନ ରାଉରକେଲାରୁ ରାତି ୯ଟା ୨୦ରେ ଛାଡ଼ି ତା’ପରଦିନ ଅପରାହ୍ନ ଗୋଟାଏ ୩୫ରେ ଗୁଣୁପୁରଠାରେ ପହଞ୍ଚୁଥିବାବେଳେ ଫେରିବା ପଥରେ ଏହା ଗୁଣୁପୁରଠାରୁ ଅପରାହ୍ନ ୩ଟା ୧୫ରେ ଛାଡ଼ି ତା’ପରଦିନ ସକାଳ ୮ରେ ରାଉରକେଲାଠାରେ ପହଞ୍ଚୁଛି।
ଆଜିଠୁ ସବୁ ଦିନ ଚାଲିବ ରାଉରକେଲା-ଗୁଣୁପୁର ରାଜ୍ୟରାଣୀ ଏକ୍ସପ୍ରେସ
/sambad/media/post_attachments/wp-content/uploads/2019/12/rajyarani-express.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)