ରାଉରକେଲା: ରାଉରକେଲା ଶିଳ୍ପ ଓ ବଣିକ ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକଙ୍କ ପ୍ୟାନେଲ୍ର ପ୍ରାୟ ସମସ୍ତ ସଦସ୍ୟ ବାଜିମାତ୍ କରିଛନ୍ତି। ସଭାପତି ଭାବେ ସୁନୀଲ କାୟଲ ନିଦ୍ବର୍ନ୍ଦରେ ନିର୍ବାଚିତ ହୋଇଛନ୍ତି। ସାଧାରଣ ସମ୍ପାଦକ ଭାବେ ପ୍ରଭାତ ଟିବ୍ରେୱାଲ ବିଜୟୀ ହୋଇଛନ୍ତି।
ସନ୍ତୋଷ ଅଗ୍ରୱାଲା ସମ୍ପାଦକ (ଅର୍ଥ), ରିଷି ଆର୍ଯ୍ୟା ସମ୍ପାଦକ (ରେଲୱେ ସମନ୍ବୟ), ରାଜୁ ମିତ୍ତଲ ସମ୍ପାଦକ (ସେଲ୍ ସମନ୍ବୟ), ମନୀଷ ମୋଦି ସମ୍ପାଦକ ( ବ୍ୟାଙ୍କ ଓ ଆଇନ), ମନୋଜ ରତେରିଆ ସମ୍ପାଦକ (ନାଗରିକ ସୁବିଧା), ରୋହିତ ଗର୍ଗ ସମ୍ପାଦକ (ଶିଳ୍ପ), ପବନ ବାଗେଡିଆ ସମ୍ପାଦକ ( ଲୁହା, ଷ୍ଟିଲ ଓ କୋଇଲା), ସଞ୍ଜୟ ପୋଦ୍ଦାର ସମ୍ପାଦକ (ବାଣିଜ୍ୟ), ଯଶବିନ୍ଦର ସିଂ ଗୋଲ୍ଡି ସମ୍ପାଦକ (ପରିବହନ ) ନିର୍ବାଚିତ ହୋଇଛନ୍ତି। ସେମିତି ତରୁଣ ଅଗ୍ରୱାଲ ସମ୍ପାଦକ (ଅଟୋମୋବାଇଲ୍), ପ୍ରମୋଦ କୁମାର ନାତୁଲ୍ୟ ସମ୍ପାଦକ (ସୂଚନା ପ୍ରଯୁକ୍ତି) ଭାବେ ନିର୍ବାଚିତ ହୋଇଛନ୍ତି। ପୂର୍ବତନ ସଭାପତି ସୁବ୍ରତ ପଟ୍ଟନାୟକ ସମସ୍ତ ବିଜୟୀ କାର୍ଯ୍ୟକର୍ତ୍ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/16-20.jpg)