ବିଶ୍ବର ଶ୍ରେଷ୍ଠ ୫୦ ସହର ମଧ୍ୟରେ ରାଉରକେଲା

ବ୍ଲୁମ୍‌ବର୍ଗ ଗ୍ଲୋବାଲ୍‌ ମେୟର୍ସ ଚ୍ୟାଲେଞ୍ଜ‌ ଫାଇନାଲ୍‌
୯୯ଟି ଦେଶ ମଧ୍ୟରେ ପ୍ରତିଯୋଗିତା
ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତର ୨ ସହର

ରାଉରକେଲା : ‘ବ୍ଲୁମ୍‌ବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ରାଉରକେଲା ସହରକୁ ମିଳିଛି ସଫଳତା। ପ୍ରତିଯୋଗିତାର ଫାଇନାଲ୍‌କୁ ଯାଇଥିବା ବିଶ୍ୱର ୫୦ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇଛି ସ୍ମାର୍ଟ ସିଟି ରାଉରକେଲା। ଏଭଳି ଅନ୍ତର୍ଜାତୀୟ କାର୍ଯ୍ୟକ୍ରମରେ ଏକ ଅଭିନବ ପ୍ରକଳ୍ପ ଉପସ୍ଥାପନ କରି ସ୍ୱୀକୃତି ହାସଲ କରିଥିବାରୁ ରାଉରକେଲା ମହାନଗର ନିଗମ କମିସନର୍‌ ଦିବ୍ୟଜ୍ୟୋତି ପରିଡ଼ା ସହରବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଏହି ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଚଳିତ ବର୍ଷ ୯୯ଟି ଦେଶ ଭାଗ ନେଇଥିଲେ। କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର, ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ, ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତ୍ତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାର କରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା। ଅଭିନବ ତଥା ଉଦ୍ଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ରାଉରକେଲା ସମେତ ୫୦ଟି ସହର ଫାଇନାଲକୁ ଯାଇଛନ୍ତି। ମହାରାଷ୍ଟ୍ରର ପୁଣେ ମଧ୍ୟ ଏହି ତାଲିକାରେ ମାତ୍ର ସ୍ଥାନ ପାଇଛି।

ସମ୍ବନ୍ଧିତ ଖବର