ରାଉରକେଲା: ବିବାହିତା ଯୁବତୀଙ୍କ ଆତ୍ମହତ୍ୟା

ରାଉରକେଲା: ରବିବାର ସକାଳ ସକାଳେ ସେକ୍ଟର୍‌ ୭ ଥାନା ଅନ୍ତର୍ଗତ ‘ସି’ ବ୍ଲକ୍‌ର କ୍ୱାର୍ଟର୍ସ ନମ୍ବର ୧୫୨ ଜଣେ ଯୁବତୀ ନିଜ ଚୁନରି ପଙ୍ଖାରେ ଲଗାଇ ଆତ୍ମହତ୍ୟା କରିଛନ୍ତି।

୨୨ ବର୍ଷିୟ ଯୁବତୀ ଶାନ୍ତି ସି, ସୈନା କୁଜୁର୍‌ ଆତ୍ମହତ୍ୟା କରିଥିବା କଥା ତାଙ୍କ ସ୍ୱାମୀ ସଙ୍କେତ ତିର୍କୀ କହିବା ସହ ସୁନ୍ଦରଗଡ଼ର ଦବାତୋଲା ଗାଁ’ରେ ଥିବା ଶ୍ୱଶୁରଘରକୁ ଖବର ଦେଇଥିଲେ। ଗତ ଜାନୁଆରି ୧୧ ତାରିଖ ଦିନ ତାଙ୍କର ବିବାହ ହୋଇଥିଲା।

ଆତ୍ମହତ୍ୟାର କାରଣ ଜଣାପଡ଼ି ନାହିଁ।

ସେକ୍ଟର୍‌ ୭ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଶାନ୍ତିଙ୍କ ବାପଘର ଲୋକେ ପହଞ୍ଚିଲେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ।

ସମ୍ବନ୍ଧିତ ଖବର