ରାଉରକେଲା ଏନଆଇଟିରେ ୩ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ

ରାଉରକେଲା: ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) ଛାତ୍ରଛାତ୍ରୀ କୋଭିଡ ସଂକ୍ରମିତ ଥିବା ସୂଚନା ମିଳିଛି। ଗତ ୧୦ ଓ ୧୫ ତାରିଖରେ ଦୁଇଜଣ ଏବଂ ୨୨ ତାରିଖରେ ଜଣେ ଏହିଭଳି ୩ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ କ୍ୟାମ୍ପସ ଭିତରେ ସଂଗରୋଧରେ ରଖାଯାଇଛି।

ସମ୍ପ୍ରତି ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ମହାରାଷ୍ଟ୍ର ହଟସ୍ପଟ ଭାବେ ଉଭା ହୋଇଛି। ଏନଆଇଟି ଜାତୀୟ ପ୍ରତିଷ୍ଠାନ ହୋଇଥିବାରୁ ବିଭିନ୍ନ ପ୍ରଦେଶର ଛାତ୍ରଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ଏହାରି ଭିତରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପ୍ରାକ୍ଟିକାଲ, ଲ୍ୟାବ ପାଠ୍ୟକ୍ରମ ସହିତ ସେମିଷ୍ଟାର ପରୀକ୍ଷା ନିମନ୍ତେ ହଷ୍ଟେଲ ଫେରିଆସିବାକୁ କର୍ତୃପକ୍ଷ ବିଜ୍ଞପ୍ତି ଜାରି କରିଥିଲେ। ଏହାପରେ ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀଙ୍କ ଆଗମନ ଜାରି ରହିଛି।

ସମ୍ବନ୍ଧିତ ଖବର